ମେଳା ବୁଲାଇ ନ ନେବାରୁ ବାପାକୁ ଗିରଫ କରିବାକୁ ଥାନାରେ ଅଭିଯୋଗ କଲା ପୁଅ

ଲକ୍ଷ୍ନୌ: ଯଦି ଆପଣଙ୍କୁ ଆପଣଙ୍କ ବାପା କୌଣସି ସ୍ଥାନକୁ ବୁଲାଇବାକୁ ନେଇ ପାରୁ ନାହାନ୍ତି, ତା’ହେଲେ ଆପଣ କ’ଣ କରିବେ? ପୁଲିସ ଆଗରେ ଅଭିଯୋଗ କରିବେ ? ତେବେ ଏହା ଆପଣଙ୍କ ଉପରେ ନିର୍ଭର କରେ । ଆପଣ ଏବେ ଭାବୁଥିବେ ଏତେ ଛୋଟ କଥା ପାଇଁ ଆପଣ ପୁଲିସ ଆଗରେ ଅଭିଯୋଗ କ’ଣ ପାଇଁ କରିବେ? କିନ୍ତୁ ଉତ୍ତରପ୍ରଦେଶରେ ଠିକ୍‌ ଏଭଳି କିଛି ଘଟିଛି ।

ଉତ୍ତରପ୍ରଦେଶର ଏଟଓ୍ଵାରେ ରହୁଥିବା ୧୧ ବର୍ଷିୟ ଓମ ନାରାୟଣ ଗୁପ୍ତା ତାଙ୍କ ବାପାଙ୍କ ଛୋଟ ଭୁଲ ପାଇଁ ପୁଲିସ ଆଗରେ ତାଙ୍କୁ ଗିରଫ କରିବା ପାଇଁ ଅଭିଯୋଗ କରିଥିଲେ । ଓମଙ୍କ ବାପା ଅମରନାଥ ଗୁପ୍ତା ଜଣେ ବ୍ୟବସାୟୀ ହୋଇଥିବାରୁ ଓମଙ୍କୁ ମେଳା ବୁଲାଇ ନେବା ପାଇଁ ତାଙ୍କ ପାଖରେ ସମୟ ନଥିଲା । ମେଳାକୁ ଯାଇ ନ ପାରିବାରୁ ସେ କାନ୍ଦି କାନ୍ଦି ପୁଲିସ ଷ୍ଟେସନରେ ଅଭିଯୋଗ କରିବା ପାଇଁ ଯାଇ ପହଞ୍ଚିଥିଲେ ।
କାରଣ ପଚରାଯିବାରୁ ମୋର ସବୁ ସାଙ୍ଗ ମେଳା ବୁଲିବାକୁ ତାଙ୍କ ବାପାଙ୍କ ସହ ଗଲେ । କିନ୍ତୁ ମୋ ବାପା ଏତେ ବ୍ୟସ୍ତ ଯେ ଶନିବାର ଏବଂ ରବିବାର ଦିନ ମଧ୍ୟ ମୋତେ ବୁଲାଇବାକୁ ନେଇ ପାରିଲେ ନାହିଁ । ସେଥିପାଇଁ ଆପଣ ତାଙ୍କୁ ଗିରଫ କରି ଆଣି ମାଡ଼ ମାରନ୍ତୁ ବୋଲି ଓମ୍‌ ପୁଲିସ କର୍ମଚାରୀଙ୍କୁ କହିଥିଲେ । ପୁରା ଘଟଣା ଶୁଣିବା ପରେ ପୁଲିସ କର୍ମଚାରୀମାନେ ଓମ୍‌ଙ୍କୁ ବୁଝାଇ ତାଙ୍କ ବାପାଙ୍କୁ ହସ୍ତାନ୍ତର କରିଥିଲେ ।

ସମ୍ବନ୍ଧିତ ଖବର