ଏଫ୍‌ଟିଆଇଆଇ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅନୁପମ୍‌ ଖେର୍‌

ନୂଆଦିଲ୍ଲୀ : ବରିଷ୍ଠ ଅଭିନେତା ଅନୁପମ ଖେର୍ ଏଫ୍‌ଟିଆଇଆଇ (ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଏକ ଅନ୍ତର୍ଜାତୀୟ ଟିଭି ସୋ’ ପାଇଁ ସେ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଆମେରିକାରେ ଅଧିକାଂଶ ସମୟ ଅତିବାହିତ କରିବାକୁ ଥିବାରୁ ଏଫ୍‌ଟିଆଇଆଇକୁ ଯଥେଷ୍ଟ ସମୟ ଦେଇପାରିବେ ନାହିଁ ବୋଲି ଅନୁପମ କହିଛନ୍ତି। ଏହି କାରଣରୁ ହିଁ ସେ ଏଫ୍‌ଟିଆଇଆଇ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଉଛନ୍ତି ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ର‌ାଠୋରଙ୍କୁ ଚିଠି ଲେଖି ଜଣାଇଛନ୍ତି। ଆଜି ନିଜ ଇସ୍ତଫା ପତ୍ରକୁ ଅନୁପମ ଟ୍ବିଟରରେ ସେୟାର କରିଛନ୍ତି। ୬୨ ବର୍ଷୀୟ ଅନୁପମ ଗତବର୍ଷ ଅକ୍ଟୋବର ୧୧ ତାରିଖରେ ଏଫ୍‌ଟିଆଇଆ‌ଇ ଅଧ୍ୟକ୍ଷ ପଦରେ ନିଯୁକ୍ତ ହୋଇଥିଲେ। ସୁଟିଂ ପାଇଁ ଏବେ ସେ ନ୍ୟୁୟର୍କରେ ଅଛନ୍ତି। ଏଫ୍‌ଟିଆଇଆଇ ଅଧ୍ୟକ୍ଷ ପଦ‌େର ରହିବା ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଥିଲା ଏବଂ ଏହା ତାଙ୍କୁ ଖୁବ୍‌ ଆନନ୍ଦ ଦେଇଛି ବୋଲି ଅନୁପମ୍‌ କହିଛନ୍ତି।

ସମ୍ବନ୍ଧିତ ଖବର