ରାମଦେବଙ୍କ କଥାରେ ଚିଲମ ଛାଡ଼ିବାକୁ ପ୍ରତିଜ୍ଞା କଲେ ନାଗା ସାଧୁ

ପ୍ରୟାଗରାଜ: ବାବା ରାମଦେବଙ୍କ କଥାରେ ଏବେ କୁମ୍ଭମେଳାରେ ଅନେକ ନାଗା ସାଧୁ ଚିଲମ ଛାଡ଼ିବାକୁ ନିଷ୍ପତ୍ତି ‌ନେଇଛନ୍ତି। ଗତକାଲି ବାବା ରାମଦେବ କହିଥିଲେ ଯେ ହିନ୍ଦୁ ଦେବତାମାନେ ଯେତେବେଳେ ମାନବ ରୂପରେ ଏହି ପୃଥିବୀରେ ବସବାସ କରୁଥିଲେ ସେମାନେ ଧୂମପାନ କି ଚିଲମ ବ୍ୟବହାର ସେମାନେ କରୁନଥିଲେ। ତେବେ ନାଗା ସାଧୁମାନେ କାହିଁକି ଚିଲମ ବ୍ୟବହାର କରୁଛନ୍ତି ବୋଲି ରାମଦେବ ପ୍ରଶ୍ନ କରିଥିଲେ ଏବଂ ନାଗା ସାଧୁମାନଙ୍କୁ ଚିଲମ ଛାଡ଼ିବାକୁ ଅନୁରୋଧ କରିଥିଲେ। ବାବା ରାମଦେବଙ୍କ ଅନୁରୋଧକ୍ରମେ ଏବେ ନାଗା ସାଧୁମାନେ ଚିଲମ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର