ଭାଗବତଙ୍କ ତାଗିଦ ନାଟକବାଜି ବନ୍ଦ କର

ନୂଆଦିଲ୍ଲୀ: ଏସ୍‌ସିଏସ୍‌ଟି ଆଇନରେ ସଂଶୋଧନକୁ ନେଇ ସୃଷ୍ଟି ହୋଇଥିବା ଦଳିତ ଅଶାନ୍ତି ଏବେ କେନ୍ଦ୍ର ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏଥିରୁ ନିସ୍ତାର ପାଇଁ ବିଜେପି ନେତାମାନେ ଦଳିତଙ୍କ ଘରେ ଭୋଜନ  ଅଭିଯାନ ଚଳାଇଥିବା ବେଳେ ଏଭଳି କାର୍ଯ୍ୟକୁ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ନାଟକବାଜି ବୋଲି କହିଛନ୍ତି। ସେ କହିଛନ୍ତି ଯେ, ବିଜେପି ନେତା ଏଭଳି ଡ୍ରାମା ବନ୍ଦ କରି ଦଳିତଙ୍କ ସହ ଆଲୋଚନା କରି ସେମାନଙ୍କର ଅସୁବିଧା ଦୂର କରିବା ପାଇଁ ଚେଷ୍ଟା କରିବା ଉଚିତ।  କର୍ଣ୍ଣାଟକ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି.ଏସ.ୟେଦୁରପ୍ପା ଦଳିତଙ୍କ ଘରେ ଭୋଜନ କରିସାରିଛନ୍ତି। ଏହି ପ୍ରସଙ୍ଗରେ ମୋହନ ଭାଗବତ କହିଛନ୍ତି ଯେ, ବିଜେପି ନେତାଙ୍କର ଏହା କେବଳ ପ୍ରଚାରସର୍ବସ୍ୱ ଉଦ୍ୟମ। ସେପଟେ ଆର୍‌ଏସ୍‌ଏସ୍‌  ଭାଗବତଙ୍କ ଏଭଳି ବୟାନକୁ ଖଣ୍ଡନ କରିଥିବା ବେଳେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ବିଜେପି ବିରୋଧରେ କଂଗ୍ରେସ ଅପପ୍ରଚାର କରୁଛି।

ସମ୍ବନ୍ଧିତ ଖବର