୯୬ ବର୍ଷିଅ ବ୍ରିଟେନର ପ୍ରିନ୍ସ ଫିଲିପ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଲଣ୍ଡନ: ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ପତି ପ୍ରିନ୍ସ ଫିଲିପ ଅସୁସ୍ଥ ହୋଇଛନ୍ତି । ତାଙ୍କୁ ମଙ୍ଗଳବାର ଲଣ୍ଡନର ଏଡଓ୍ଵାଡ ୭ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ତାଙ୍କ ଅଣ୍ଟା ଦରଜ ହେବା କାରଣରୁ ତାଙ୍କୁ ମେଡିକାଲକୁ ନିଆଯାଇଥିବା ପ୍ରିନ୍ସଙ୍କ କାର୍ଯ୍ୟାଳୟ ସୁତ୍ରରୁ ଜାତୀୟ ଗଣମାଧ୍ୟମକୁ ସୂଚନା ଦିଆ ଯାଇଛି । ପ୍ରିନ୍ସଙ୍କର ଅଣ୍ଟାର ଅସ୍ତ୍ରୋପଚାର ବୁଧବାର ହେବ ବୋଲି ହସପିଟାଲର ଜଣେ ଡାକ୍ତର ସୂଚନା ଦେଇଛନ୍ତି । ଇଡେନବର୍ଗର ଡୁକେ ଫିଲିପ ଗତ ବର୍ଷ ଅଗଷ୍ଟ ଶେଷ ବେଳକୁ ସାଧାରଣ ଜୀବନରୁ ଅବସର ନେଇଥିଲେ । କିନ୍ତୁ ଏହାପରେ ବି ସେ ବିଭିନ୍ନ କାର୍ଯ୍ୟରେ ଯୋଗଦେବେ ବୋଲି ଘୋଷଣା କରିଥିଲେ ।

ଗତ ବର୍ଷ ଜୁନରେ ପ୍ରିନ୍ସ ଫିଲିପ ଦୁଇ ଦିନ ପାଇ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ । ସେତେବେଲେ ତାଙ୍କୁ ସଂକ୍ରାମକ ରୋଗ ହୋଇଥିଲା । ଅସୁସ୍ଥତା କାରଣରୁ ଫିଲିପ ଗୁରୁବାର ଅନୁଷ୍ଠିତ ହେବାକୁଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଉନାହାନ୍ତି ।

ସମ୍ବନ୍ଧିତ ଖବର