ଅମୃତସର ରେଳ ଦୁର୍ଘଟଣା ପରେ ତୁରନ୍ତ ଗାଡ଼ିରେ ବସି କିପରି ଫେରାର ହୋଇଯାଉଛନ୍ତି ରାମଲୀଳା ଆୟୋଜକ ଦେଖନ୍ତୁ

ଅମୃତସର (ପଞ୍ଜାବ): ଅମୃତସର ଠାରେ ଗତ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ରେଳ ଦୁର୍ଘଟଣାରେ ୬୧ ଜଣଙ୍କ ମୁତ୍ୟୁ ବରଣ କରିବା ସହ ୧୪୩ ଜଣ ଆହତ ହେବା ଘଟଣା ଏବେ ସମଗ୍ରଦେଶକୁ ଦୋହଲାଇ ଦେଇଛି।

ତେବେ, ଏହି ଦୁର୍ଘଟଣାପରେ ଘଟିବା ପରେ ପୁଲିସ୍‌ ରାମଲୀଳାର ଆୟୋଜକ ଓ କଂଗ୍ରେସ ନେତାଙ୍କ ପୁଅ ସୌରଭ ମଦାନଙ୍କୁ ଏବେ ବି ଖୋଜିବାରେ ଲାଗିଛି। ଯିଏକି ଏହି ରେଳ ଦୁର୍ଘଟଣା ଘଟିବା ପରେ ଫେରାର ହୋଇଯାଇଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ, କଂଗ୍ରେସ ନେତାଙ୍କ ପୁଅ ସୌରଭ ମଦାନ ସିଟ୍ଟୁ ରାମଲୀଳାର ମୁଖ୍ୟ ଆୟୋଜକ ଥିଲା । ତେବେ ରାମଲୀଳା ପରେ ରାବଣ ପୋଡ଼ି ଦେଖୁଥିବା ସମୟରେ ରେଳ ଦୁର୍ଘଟଣାରେ ୬୧ଜଣଙ୍କ ମୃତ୍ୟୁ ଖବର ଯେମିତି ହିଁ ସରଭ ମଦାନ ସିଟ୍ଟୁ ପାଖରେ ପହଞ୍ଚିଲା ସେ ତୁରନ୍ତ ଗାଡ଼ି ଧରି ଫେରାର ହୋଇ ଯାଇଥିଲେ।

ଏବେ ଏହି ଫେରାର ହେବା ଘଟଣାର ଏକ ସିସିଟିଭି ଫୁଟେଜ ମିଳିଛି, ଯେଉଁଥିରେ ଦେଖିବାକୁ ମିଳୁଛି, ଅମୃତସର ଜୋଡା ପାଟକରେ ରାମଲୀଳାର ଆୟୋଜକ ସୌଭର ଓ ସହିତ ଅନ୍ୟ ଦୁଇଜଣ ବ୍ୟକ୍ତି ଚାଲିଚାଲି ଆସୁଛନ୍ତି। ପରେ ତାଙ୍କ ପଛପଟୁ ଏକ ଗାଡ଼ି ଆସୁଛି ଯେଉଁଥିରେ ସେ ବସି ଫେରାର ହୋଇ ଯାଉଛନ୍ତି। ବର୍ତ୍ତମାନ ବି ସୌରଭ ଫେରାର ଅଛନ୍ତି।

 

ସମ୍ବନ୍ଧିତ ଖବର