ଦୁର୍ନୀତି ନିବାରଣ ବିଲ୍‌ ଲୋକସଭାରେ ପାରିତ ହୋଇନାହିଁ: ଭେଙ୍କିଆ

ନୂଆଦିଲ୍ଲୀ: ଦୁର୍ନୀତି ନିବାରଣ ସଂଶୋଧନ ବିଧେୟକ ସମ୍ପର୍କିତ ରାଜ୍ୟସଭାର ତଥ୍ୟଗତ ଭୁଲ୍‌କୁ ଠିକ୍‌ କରାଯାଇଥିବା ନେଇ ଆଜି ଅଧ୍ୟକ୍ଷ ଭେଙ୍କିଆ ନାଇଡୁ ଗୃହରେ ସୂଚନା ଦେଇଥିଲେ। ଗତକାଲି ରାଜ୍ୟସଭାରେ କୁହାଯାଇଥିଲା ଯେ, ଏହି ବିଧେୟକ ଲୋକସଭାରେ ଗୃହୀତ ହୋଇ ସାରିଛି। କିନ୍ତୁ ତାହା ଲୋକସଭାରେ ପାରିତ ହୋଇନଥିବା ଆଜି ସ୍ପଷ୍ଟ କରାଯାଇଛି । ଟିଏମ୍‌ସି ସାଂସଦ ଶୁଭେନ୍ଦୁ ରୟ କହିଥିଲେ ଯେ ଏହି ବିଲ୍‌ ଲୋକସଭାରେ ପାରିତ ହେବା ପରେ ଯାଇ ରାଜ୍ୟସଭାକୁ ଆସିବା କଥା,କିନ୍ତୁ ଅଧ୍ୟକ୍ଷ ଭୁଲରେ ଏହି ବିଧେୟକକୁ ଆଜିର କାର୍ଯ୍ୟକ୍ରମରେ ସାମିଲ କରିଥିବାରୁ ଏହାକୁ ସଂଶୋଧନ କରାଯାଉ ବୋଲି ସାଂସଦ ରୟ ଦାବି କରିଥିଲେ।

ସମ୍ବନ୍ଧିତ ଖବର