ସ୍ୱିମିଙ୍ଗ ପୁଲ୍‌ ଭିତରକୁ ପଶି ଆସିଲା କୁମ୍ଭୀର, ତା’ ପରେ କ’ଣ ହେଲା ଦେଖନ୍ତୁ ଏହି ଭିଡ଼ିଓରେ…

ନୂଆଦିଲ୍ଲୀ : ଯଦି କେବେ ଆପଣଙ୍କ ସାମ୍ନାକୁ କୁମ୍ଭୀରଟିଏ ଚାଲି ଆସେ ତା’ହେଲେ ଆପଣ କ’ଣ କରିବେ? ନିହାତି ଭାବରେ ଭୟରେ ସେଠାରୁ ପଳାଇବେ, ଆଉ କିଛି ଲୋକ ବେହୋସ ମଧ୍ୟ ହୋଇଯିବେ । ଆଉ ଯଦି କୁମ୍ଭୀର ଆପଣଙ୍କ ଘରକୁ ପଶି ଆସେ ତା’ହେଲେ? ଏବେ ଆପଣ ଭାବୁଥିବେ ଘରକୁ କୁମ୍ଭୀର କିପରି ଆସି ପାରିବ? ତେବେ ଅମେରିକାର ଫ୍ଲୋରିଡ଼ାରେ ଜଣଙ୍କ ଘରକୁ କୁମ୍ଭୀର ପଶି ଆସିଥିବା ଖବର ମିଳିଛି । ଘର ଭିତରେ ଥିବା ସ୍ୱିମିଙ୍ଗ ପୁଲ୍‌ ଭିତରକୁ ଅଚାନକ ଗୋଟେ କୁମ୍ଭୀର ଚାଲି ଆସିଥିବା ବେଳେ ତାକୁ ଦେଖି ଘରେ ଥିବା ମହିଳା ଜଣକ ଜୋର୍‌ରେ ଚିତ୍କାର କରିବାକୁ ଲାଗିଥିଲେ । ପରେ କୁମ୍ଭୀରକୁ ସ୍ୱିମିଙ୍ଗ ପୁଲ୍‌ ଭିତରୁ କଢ଼ା ଯାଇଥିବା ବେଳେ ସେ ସମୟର କିଛି ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ପାଟ୍ରିସିଆ କାର୍‌ଭେର୍‌ ନାମକ ଜଣେ ମହିଳା ଘରେ ଥିବା ବେଳେ ସ୍ୱିମିଙ୍ଗ ପୁଲ୍‌ରେ କିଛି ଥିବାର ତାଙ୍କୁ ଦେଖା ଯାଇଥିଲା । ଘର ବାହାରକୁ ଆସି ଦେଖିବା ପରେ ପାଣି ଭିତରେ କୁମ୍ଭୀରଟି ଆରାମରେ ପହଁରୁଥିବାର ସେ ଦେଖି ଅଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହା ପରେ ସେ ବିଳମ୍ବ ନ କରି ତୁରନ୍ତ ବନ ବିଭାଗ କର୍ମଚାରୀଙ୍କୁ ଫୋନ କରି ଏ ବିଷୟରେ ଜଣାଇବା ପରେ କର୍ମଚାରୀମାନେ ସେଠାରେ ପହଞ୍ଚି କୁମ୍ଭୀରକୁ ବାହାର କରିଥିଲେ । ସେ କୁମ୍ଭୀରଟି ୧୧ଫୁଟ୍‌ର ଥିଲା ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର