ଦୁବାଇରେ ଦୀପାବଳି

ନୂଆଦିଲ୍ଲୀ: ଦୁବାଇରେ ରହୁଥିବା ଭାରତୀୟଙ୍କ ପାଇଁ ଏଥର ଦୀପାବଳି ବେଶ୍‌ ଧୁମ୍‌ଧାମ୍‌ରେ କଟିବ। ଚଳିତବର୍ଷ ଦୁବାଇ ପ୍ରଥମ ଥର ପାଇଁ ଦୀପାବଳି ଉତ୍ସବ ମନାଇଛି। ଭା‌ରତର ବାଣିଜ୍ୟିକ ରା‌ଷ୍ଟ୍ରଦୂତଙ୍କ ସହ ମିଶି ଦୁବାଇ ସରକାର ଦୁବାଇରେ ପ୍ରଥମ ଥର ପାଇଁ ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ୧୦ ତାରିଖରେ ଶେଷ ହେବ। ଦୁବାଇ ବାସିନ୍ଦା ପ୍ରଥମ ଥର ପାଇଁ ବଡ଼ ଧରଣର ଦୀପାବଳି ଉତ୍ସବ ମନାଇଛନ୍ତି। ତେବେ ଉତ୍ସବରେ ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି ଭାରତୀୟ ଜା‌ତୀୟ ସଂଗୀତ।

ସମ୍ବନ୍ଧିତ ଖବର