ରାମ ମନ୍ଦିର ପାଇଁ ପ୍ରତି ପରିବାରକୁ ୧୧ ଟଙ୍କା, ଗୋଟିଏ ଇଟା ଦେବାକୁ କହିଲେ ଯୋଗୀ
ରାଞ୍ଚି: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଝାଡ଼ଖଣ୍ଡରେ ପ୍ରତ୍ୟେକ ପରିବାରକୁ ରାମ ମନ୍ଦିର ନିର୍ମାଣ ପାଇଁ ୧୧ ଟଙ୍କା ଏବଂ ଗୋଟିଏ ଇଟା ଦେବାପାଇଁ ଅନୁରୋଧ କରିଛନ୍ତି। ଝାଡ଼ଖଣ୍ଡରେ ଏକ ନିର୍ବାଚନୀ ରୢାଲିରେ ଉଦ୍ବୋଧନ ଦେଇ ଯୋଗୀ କହିଛନ୍ତି ଯେ, ଅଯୋଧ୍ୟାରେ ଖୁବ୍ ଶୀଘ୍ର ରାମ ମନ୍ଦିର ନିର୍ମାଣ କରାଯିବ। ତେଣୁ ମୁଁ ପ୍ରତ୍ୟେକ ପରିବାରକୁ ମନ୍ଦିର ନିର୍ମାଣ ପାଇଁ ୧୧ ଟଙ୍କା ଏବଂ ଗୋଟିଏ ଇଟା ପ୍ରଦାନ କରିବାକୁ ନିବେଦନ କରିବି। ସମାଜର ଅବଦାନରେ ହିଁ ରାମରାଜ୍ୟ ପରିଚାଳିତ ହୁଏ ବୋଲି ଯୋଗୀ କହିଛନ୍ତି।