ମୋଟା ପୁଲିସ କର୍ମଚାରୀଙ୍କୁ ପତଳା କରିବାକୁ ମୁମ୍ବାଇ ପୁଲିସର ଅଭିନବ ଯୋଜନା

ମୁମ୍ବାଇ: ମୁମ୍ବାଇ ପୁଲିସ କମିଶନର ସୁବୋଧ ଜାୟସଓ୍ଵାଲ ବଡ ପେଟ ଥିବା ଓ ଗଭୀର ନିଦ୍ରାରେ ଶୋଉଥିବା ପୁଲିସ କର୍ମଚାରୀମାନଙ୍କୁ ସେମାନଙ୍କର ମୋଟାପଣ କମାଇବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ଅଭିଯାନକୁ ‘ସୁସ୍ଥ ପୁଲିସ ସଶକ୍ତ ପୁଲିସ୍‌’ ନାଆଁରେ ସମସ୍ତେ ଜାଣୁଛନ୍ତି। ଏହା ଏକ ମାସର କୋର୍ସ, ଯାହା ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହା ଫେବୃୟାରି ୨୮ତାରିଖ ଯାଏଁ ଚାଲିବ। ଏଥିରେ ୧୫୦ ଜଣ ପୁଲିସ କର୍ମଚାରୀ ଓ ସେମାନଙ୍କ ପରିବାର ସାମିଲ ହେବେ। ଲୋକାଲ ଆର୍ମସ ବିଭାଗର ଡିସିପି ନିୟତି ଠାକ୍‌ରେ କହିଛନ୍ତି ଯେ ମୋଟାପଣର ଶିକାର ହୋଇଥିବା ୧୫୦ ଜଣ ପୁଲିସ କର୍ମଚାରୀଙ୍କୁ ଏଥିରେ ପ୍ରାଥମିକ ପର୍ଯ୍ୟାୟରେ ସାମିଲ କରାଯାଇଛି।

ଏଥିରେ ସେମାନଙ୍କ ପରିବାର ଲୋକଙ୍କୁ ବି ସାମିଲ କରାଯାଇଛି। ମୋଟାପଣରୁ ରକ୍ଷା ପାଇବା ଲାଗି ସେମାନଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ପ୍ରସ୍ତୁତ କରାଯିବ, ଯାହାଦ୍ୱାରା ସେମାନେ ୩୦ ଦିନ ଭିତରେ ମୋଟାପଣ ଦୂର କରିପାରିବେ। ଏହି ଯୋଜନାରେ ମୋଟାପଣ କମ୍‌ କରିବା ଲାଗି ପୁଲିସ କର୍ମଚାରୀମାନଙ୍କୁ ଆବଶ୍ୟକୀୟ ଖାଦ୍ୟ ଓ ବ୍ୟାୟାମର ଅଭ୍ୟାସ କରାଯିବ।

ସମ୍ବନ୍ଧିତ ଖବର