ମଜାରେ ବିମାନର କ୍ର୍ୟୁ ମେମ୍ବରଙ୍କୁ ଏଭଳି ମିଛ କହିଲେ ବିଦେଶୀ ଯାତ୍ରୀ, ୧୬ଘଣ୍ଟା ବିଳମ୍ବରେ ଉଡ଼ାଣ ଭରିଲା ବିମାନ

ବେଙ୍ଗାଲୁରୁ : ବେଙ୍ଗାଲୁରୁର କେମ୍ପଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ବିଦେଶୀ ଯାତ୍ରୀଙ୍କ ପାଇଁ ୧୬ଘଣ୍ଟା ବିଳମ୍ବରେ ବିମାନ ଉଡ଼ାଣ ଭରିଥିବା ସାମ୍ନାକୁ ଆସିଛି । ଯାତ୍ରୀଙ୍କ ଗୋଟେ ମିଛ ପାଇଁ ଉଡ଼ାଣ ଭରିବାକୁ ଥିବା ବିମାନରେ ହାଇଆଲର୍ଟ ଜାରି ହୋଇଥିଲା । କିନ୍ତୁ ପରେ ଯାତ୍ରୀଜଣଙ୍କ ମିଛ କହିଥିବା ସାମ୍ନାକୁ ଆସିଲା ।

ସୂଚନା ମୁତାବକ, ବିମାନରେ ବସିବା ପରେ ମଜାରେ ଜଣେ ଯାତ୍ରୀ କ୍ର୍ୟୁ ମେମ୍ବରଙ୍କୁ ନିଜ ବ୍ୟାଗ୍‌ରେ ବନ୍ଧୁକ ଥିବା ନେଇ ଜଣାଇଥିଲେ । ଯାହା ପରେ କ୍ର୍ୟୁ ମେମ୍ବର ତୁରନ୍ତ ଏହି ସୂଚନା ସୁରକ୍ଷା ଅଧିକାରୀଙ୍କୁ ଦେବା ପରେ ଯାତ୍ରୀକୁ ତୁରନ୍ତ ବିମାନବନ୍ଦରର ପୁଲିସ ଷ୍ଟେସନ ନିଆଯାଇ ବ୍ୟାଗ୍‌ର ଯାଞ୍ଚ ଆରମ୍ଭ କରା ଯାଇଥିଲା ।

thrillist.com

ଯାଞ୍ଚ ପରେ ଯାତ୍ରୀଙ୍କ ବ୍ୟାଗ୍‌ରୁ ଏକ ଗିଟାର ମିଳିଥିଲା । ଏ ନେଇ ପଚରାଯିବା ପରେ ମିଛ କହିଥିବା ନେଇ ସ୍ୱୀକାର କରିଥିଲେ ଯାତ୍ରୀ । ରାତି ପ୍ରାୟ ୨ଟାରେ ଯାତ୍ରୀ କ୍ର୍ୟୁ ମେମ୍ବରଙ୍କୁ ଏହି ସୂଚନା ଦେବା ପରେ ସବୁ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ସହ ସମସ୍ତଙ୍କ ବ୍ୟାଗ୍‌ ଯାଞ୍ଚ କରାଯାଇଥିଲା । ଏହା ପରେ ପରଦିନ ସଂନ୍ଧ୍ୟା ୫ଟା ୨୩ମିନିଟ୍‌ରେ ସିଙ୍ଗାପୁର ଅଭିମୁଖେ ଉଡ଼ାଣ ଭରିଥିଲା ବିମାନ ।

ସମ୍ବନ୍ଧିତ ଖବର