ସିଦ୍ଧୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ: ପୂର୍ବ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇ ସିଦ୍ଧୁ ପାକ୍‌ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜ୍‌ଓ୍ଵାଙ୍କୁ ଆଲିଙ୍ଗନ କରିଥିଲେ। ତେବେ ସିଦ୍ଧୁଙ୍କର ଏଭଳି କାର୍ଯ୍ୟଦ୍ୱାରା ସେ ଭାରତୀୟ ସେନାବାହିନୀକୁ ଅପମାନିତ କରିଛନ୍ତି ବୋଲି କହି ବିହାରର ଜଣେ ଆଇନଜୀବୀ ସିଦ୍ଧୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛନ୍ତି। ସୁଧୀର କୁମାର ଓଝା ନାମକ ଜଣେ ଆଇନଜୀବୀ ମୁଜାଫରପୁର ସିଜେଏମ୍‌ କୋର୍ଟରେ ସିଦ୍ଧୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛନ୍ତି। ଠିକଣା ସମୟରେ ଏହାର ଜବାବ ଦେବେ ବୋଲି ସିଦ୍ଧୁ କହିଛନ୍ତି।

ସମ୍ବନ୍ଧିତ ଖବର