ଗୋଟେ ମଣ୍ଡପରେ ୩ଜଣଙ୍କୁ ବିବାହ କଲେ ଦିବ୍ୟାଙ୍ଗ ବର, ଲିଭ୍ଇନ୍ରେ ରହିଥିଲେ ୧୨ବର୍ଷ
ଉଦୟପୁର: ଆଜିକାଲିର ଆଧୁନିକ ସମାଜରେ ଯୁବକ-ଯୁବତୀଙ୍କ ଲିଭ୍ଇନ୍ରେ ରହିବା ପାପ ବୋଲି ଧରା ଯାଉଥିବା ବେଳେ ରାଜସ୍ଥାନରେ ଏକ ଆଦିବାସୀ ସଂପ୍ରଦାୟ ରହିଛି ଯେଉଁଠି ଅନେକ ବର୍ଷ ତଳୁ ଏହି ପ୍ରଥା ଚାଲି ଆସୁଛି । ଏଠାରେ ଯୁବକ-ଯୁବତୀମାନେ ଯେତେ ଦିନ ଚାହିଁବେ ସେତେ ଦିନ ଲିଭ୍ଇନ୍ରେ ରହି ପାରିବାର ପ୍ରଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଏହି ପ୍ରଥା ବିଷୟରେ ପୂର୍ବରୁ ଏତେ ଜଣା ନଥିବା ବେଳେ ଜଣେ ଦିବ୍ୟାଙ୍ଗ ବର ଗୋଟେ ମଣ୍ଡପରେ ୩ଜଣଙ୍କୁ ବିବାହ କରିଥିବା ଘଟଣା ପରେ ଏହି ପ୍ରଥା ଏବେ ଚର୍ଚ୍ଚାକୁ ଆସିଛି ।
ରାଜସ୍ଥାନର ଉଦୟପୁର ଜିଲ୍ଲାରେ ଥିବା ଝାଡ଼ୋଲ ଗ୍ରାମରେ ଜଣେ ଦିବ୍ୟାଙ୍ଗ ୩ଜଣ ମହିଳାଙ୍କୁ ଗୋଟେ ମଣ୍ଡପରେ ବିବାହ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ସହ ୧୨ବର୍ଷ, ଜଣଙ୍କ ସହ ୮ବର୍ଷ ଏବଂ ଜଣଙ୍କ ସହ ବର୍ଷେ ଲିଭ୍ଇନ୍ରେ ରହିଥିଲେ ବୋଲି ଜଣା ପଡ଼ିଛି । ଦିବ୍ୟାଙ୍ଗଙ୍କ ନାମ ନକ୍କାଲାଲ୍ କସୌଟିଆ(୩୨) ବୋଲି ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ନକ୍କାଲାଲ ଛୋଟ ବେଳୁ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିଲେ । ନକ୍କାଲାଲ ଯାହା ସହ ପ୍ରଥମେ ୧୨ବର୍ଷ ଲିଭ୍ଇନ୍ରେ ରହିଥିଲେ, ସେ ନକ୍କାଲାଲଙ୍କଠାରୁ ୧୩ବର୍ଷ ବଡ଼ ବୋଲି ଜଣା ପଡ଼ିଛି । ପ୍ରଥମ ମହିଳା କତୁବାଇଙ୍କ ସହ ୧୨ବର୍ଷ ରହିବା ପରେ ନକ୍କାଲାଲଙ୍କୁ ଦ୍ୱିତୀୟ ମହିଳା ପୁନ୍କୀଙ୍କ ପ୍ରତି ଭଲ ପାଇବା ଆସି ଯାଇଥିଲା । ଯେଉଁଥି ପାଇଁ ସେ ପୁନ୍କୀଙ୍କୁ ନିଜ ଘରକୁ ନେଇ ଆସିଥିଲେ । ପୁନ୍କୀ ମଧ୍ୟ ନକ୍କାଲାଲଙ୍କ ପରି ଦିବ୍ୟାଙ୍ଗ ବୋଲି ଜଣା ପଡ଼ିଛି । ପରେ, କତୁବାଇ ଏବଂ ପୁନ୍କୀ ସନ୍ତାନ ଜନ୍ମ ନ କରି ପାରିବାରୁ ନିଜଠାରୁ ୫ବର୍ଷ ସାନ ରେଖାଙ୍କୁ ମଧ୍ୟ ଘରକୁ ନେଇ ଆସିଥିଲେ । ୩ଜଣଙ୍କ ସହ ଗୋଟେ ଘରେ ରହୁଥିଲେ ନକ୍କାଲାଲ । ରେଖା ଗର୍ଭବତୀ ହେବା ପରେ ନକ୍କାଲାଲ ଏକାସହ ସମସ୍ତଙ୍କୁ ବିବାହ କରିବା ପାଇଁ ମନସ୍ଥ କରିଥିଲେ ।