ହାର୍ଦ୍ଦିକଙ୍କୁ ପୁଣି ଝଟ୍‌କା:ଜରୁରୀ ଶୁଣାଣି ପାଇଁ ମନାକଲେ ସୁପ୍ରିମ୍‌ କୋର୍ଟ

ନୂ୍ଆଦିଲ୍ଲୀ : ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ ସୁପ୍ରିମକୋର୍ଟରେ ଶକ୍ତ ଝଟ୍‌କା ଲାଗିଛି। ହାର୍ଦ୍ଦିକଙ୍କ ନିର୍ବାଚନ ଲଢ଼ିବା ଆଶା ଏକପ୍ରକାର ମଉଳି ଯାଇଛି। ୨୦୧୫ ମସିହାର ଏକ ଦଙ୍ଗା ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବା ହାର୍ଦ୍ଦିକଙ୍କ ଦଣ୍ଡାଦେଶ ଉପରେ ଗୁଜରାଟ ହାଇକୋର୍ଟ ରହିତାଦେଶ ଲଗାଇବାକୁ ମନା କରିବାପରେ ହାର୍ଦ୍ଦିକ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟରେ ହାର୍ଦ୍ଦିକ କରିଥିବା ଆବେଦନକୁ ଜରୁରୀ ଶୁଣାଣି ଅନ୍ତର୍ଭୁକ୍ତ କରାଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟ ଆଜି ‌ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି ଯେ‌ ମାମଲାଟିର ଜରୁରୀ ଶୁଣାଣି କରିବାର କିଛି ଆବଶ୍ୟକତା ନାହିଁ। ଯେହେତୁ ଗୁଜରାଟ ହାଇ‌କୋର୍ଟ ଗତବର୍ଷ ଅଗଷ୍ଟରେ ଏହି ମାମଲାର ରାୟ ଶୁଣାଇଥିଲେ, ତେଣୁ ଏହି ମାମଲଟିର ଜରୁରୀ ଶୁଣାଣି କରିବା କିଛି ଆବଶ୍ୟକ ନାହିଁ ‌ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେବେ ସୁପ୍ରିମକୋର୍ଟ ଆଜି ହାର୍ଦ୍ଦିକଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ମନା କରିଦେବାପରେ ହାର୍ଦ୍ଦିକ ନିର୍ବାଚନ ଲଢ଼ିପାରିବେ କି ନାହିଁ ସେ ନେଇ ଦ୍ବନ୍ଦ୍ବ ଲାଗି ରହିଛି।

ସମ୍ବନ୍ଧିତ ଖବର