ହିନ୍ଦୁ ନେତାଙ୍କୁ ହତ୍ୟା ଷଡ଼ଯନ୍ତ୍ର: ୫ ଗିରଫ

କୋଏମ୍ବାଟୁର: ହିନ୍ଦୁ ଗୋଷ୍ଠୀର କିଛି ନେତାଙ୍କୁ ହତ୍ୟା ଯୋଜନା କରି ଚେନ୍ନାଇରୁ କୋଏମ୍ବାଟୁର ଆସିଥିବା ୪ ଜଣ ସନ୍ଦିଗ୍ଧ ଯୁବକଙ୍କୁ ଆଜି ଗିରଫ କରାଯାଇଛି। ପୂର୍ବରୁ ଖବର ପାଇଥିବା କୋଏମ୍ବାଟୁର ପୁଲିସ ଉକ୍ତ ସନ୍ଦିଗ୍ଧଙ୍କ ଯୋଜନା ପଣ୍ଡ କରି ସେମାନଙ୍କୁ ଗିରଫ କରିଛି। ସେମାନେ ଏକ ବିବାହ ଉତ୍ସବରେ ଯୋଗ ଦେବା ବାହାନାରେ କୋଏମ୍ବାଟୁର ଆସିଥିଲେ। ଏମାନେ ଦୁଇ ହିନ୍ଦୁ ଗୋଷ୍ଠୀ ତଥା ହିନ୍ଦୁ ମକ୍କଲ କାଚି ଏବଂ ହିନ୍ଦୁ ମୁନ୍ନାନି ନେତା ମୁକାମ୍‌ବିକାଇ ମଣିଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ।

ସମ୍ବନ୍ଧିତ ଖବର