ଟାଗୋରଙ୍କ ଲେଖାକୁ ଜିବ୍ରାନ୍‌ଙ୍କର କହି ଅଡ଼ୁଆରେ ଇମ୍ରାନ

ଇସ୍‌ଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ତାଙ୍କ ଟ୍ବିଟର ଆକାଉଣ୍ଟ୍‌ରେ ରବିନ୍ଦ୍ରନାଥ ଟାଗୋରଙ୍କର ଏକ ଲେଖାକୁ କବି ଖଲିଲ୍‌ ଜିବ୍ରାନଙ୍କର ବୋଲି ଦର୍ଶାଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ନେଇ ତାଙ୍କୁ ଟ୍ବିଟରରେ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ରବିନ୍ଦ୍ରନାଥ ଠାଗୋରଙ୍କ କବିତାର ଏକ ପଂକ୍ତି- ମଁ ନିଦ୍ରା ଗଲି ଏବଂ ସ୍ବପ୍ନ ଦେଖିଲି ଜୀବନ ଆନନ୍ଦମୟ ଥିଲା। ମୁଁ ନିଦ୍ରା ତେଜିଲି ଏବଂ ଦେଖିଲି ଜୀବନ ଏକ ସେବା। ମୁଁ ସେବା କଲି ଏବଂ ଜାଣିବାକୁ ପାଇଲି ସେବା ହିଁ ଆନନ୍ଦ। ଠାଗୋରଙ୍କ ଏହି କବିତାଙ୍କୁ ଜିବ୍ରାନ୍‌ଙ୍କର କବିତା ବୋଲି ଦର୍ଶାଇ ଇମ୍ରାନ୍‌ ଟ୍ବିଟ୍‌ କରିଥିଲେ।

ସମ୍ବନ୍ଧିତ ଖବର