କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କଲେ ଜେଏମ୍‌ଆ‌ଇ ଛାତ୍ର

ନୂଆଦିଲ୍ଲୀ : ଜାମିଆ ମିଲିଆ ଇସ୍‌ଲାମିଆ (ଜେଏମ୍‌ଆଇ) ବିଶ୍ବବିଦ୍ୟାଳୟର ଅନେକ ସଂଖ୍ୟାରେ ଛାତ୍ର ଆଜି କୁଳପତି ନଜ୍‌ମା ଅଖତାରଙ୍କ ଅଫିସ୍‌ ‌ଘେରାଉ କରିଥିଲେ। ଗତ ଡିସେମ୍ବର ୧୫ ତାରିଖର ଜାମିଆ ମିଲିଆ ବିଶ୍ବବିଦ୍ୟାଳୟରେ ପୁଲିସ ବର୍ବବତା ବିରୋଧରେ ଏଫ୍‌ଆଇଆର ରୁଜୁ କରିବାପାଇଁ ଆନ୍ଦୋଳନରତ ଛାତ୍ରମାନେ ଦାବି କରିଛନ୍ତି। ଛାତ୍ରଛାତ୍ରୀମାନେ ଆଜି ମୁଖ୍ୟ ଗେଟ୍‌ ତାଲା ଭାଙ୍ଗି ବିଶ୍ବବିଦ୍ୟାଳୟ ଅଫିସ୍‌ ପରିସରକୁ ପଶିଥିଲେ ଏବଂ କୁଳପତିଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ। ଏହାବାଦ୍‌ ବିଶ୍ବବିଦ୍ୟାଳୟରେ ପରୀକ୍ଷା ଘୁଞ୍ଚାଇବାପାଇଁ ଏବଂ ଛାତ୍ରଛାତ୍ରୀଙ୍କର ସୁରକ୍ଷା ଦାବି କରାଯାଇଥିଲା। ତେବେ ବିରୋଧ ଓ ଆନ୍ଦୋଳନ ଜୋରଦାର ହେବାପରେ କୁଳପତି ନଜ୍‌ମା ଅଖତାର ଛାତ୍ରଛାତ୍ରୀଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। କୁଳପତି କହିଛନ୍ତି ଯେ ଦିଲ୍ଲୀ ପୁଲିସ ବିରୋଧରେ ଏଫ୍‌ଆଇଆର ରୁଜୁ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଦରକାର ପଡ଼ିଲେ ବିଶ୍ବବିଦ୍ୟାଳୟ ପୁଲିସ ବର୍ବରତା ବିରୋଧରେ ଏଫ୍‌ଆଇଆର ରୁଜୁ ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି ସେ ଛାତ୍ରଛାତ୍ରୀଙ୍କୁ ଆଶ୍ବାସନା ଦେଇଥିଲେ। ଦିଲ୍ଲୀ ପୁଲିସ ବିରୋଧରେ ଏଫ୍‌ଆ‌ଇଆର ପ୍ରସଙ୍ଗରେ ନଜ୍‌ମା ଅଖତାର ସରକାରଙ୍କ ସହ କଥା ହୋଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର