ବିମାନରେ ଜଣେ ଯୁବକ କିପରି ନାବାଳିକାକୁ ଅସଦାଚଣ କରୁଥିଲା ତା’ର ପୂରା କାହାଣୀ ବଖାଣିଲେ ମହିଳା ସାମ୍ବାଦିକା
କୋଲୋମ୍ବିଆ: ଜୋଆନ୍ରା ଚିଉ ନାମକ ଏକ ମହିଳା ସାମ୍ବାଦିକା ବିମାନ ଯାତ୍ରା ସମୟରେ ବଖାଣି ଥିବା ଏକ ଅସଦାଚରଣ ଘଟଣା ଏବେ ସୋସିଆଲ ମିଡଆରେ ଭାଇରାଲ ହେବାରେ ଲାଗିଛି। ମହିଳା ସାମ୍ବାଦିକ ଜୋଆନ୍ରା ଚିଉ ନିକଟରେ କନାଡୀୟ ଏୟାରଲାଇନ୍ସରେ ଯାତ୍ରା କରୁଥିଲେ। ଏହି ସମୟରେ ସେ ଯେଉଁ ଅସଦାଚରଣ ଘଟଣା ବିମାନରେ ଦେଖିଥିଲେ ତାହାକୁ ଟୁଇଟର ଜରିଆରେ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମହିଳା ସାମ୍ବାଦିକ ନିଜ ଟୁଇଟରେ ଲେଖିଛନ୍ତି, ‘ମୁଁ ବିମାନରେ ବସିବା ସମୟରେ କ୍ଳାନ୍ତ ହୋଇପଡ଼ିଥିଲି ଓ ବିଶ୍ରାମ ନେବାକୁ ଚେଷ୍ଟା କରୁଥିଲି। ସେତେବେଳେ ମୋର ଧ୍ୟାନ ଅନ୍ୟ ଏକ ସିଟ୍କୁ ଯାଇଥିଲା। ସେଠାରେ ଜଣେ ୩୦ବର୍ଷୀୟ ଯୁବକ ଜଣେ ନାବାଳିକା ପାର୍ଶ୍ୱରେ ବସିଥିଲା। ଦୁହେଁ ବସି ନିଜ ନିଜ କ୍ୟାରିୟର ବିଷୟରେ ଆଲୋଚନା କରୁଥିଲେ। ଏହାପରେ ଯୁବକ ଜଣକ କଥାକଥାରେ ଅଶ୍ଳୀଳ ଭାବେ ନାବାଳିକାଙ୍କୁ ସ୍ପର୍ଶ କରିବାକୁ ଚେଷ୍ଟା କରୁଥିଲା। ଯାହା ମୋତେ ଭଲ ଲାଗି ନ ଥିଲା। ନାବାଳିକା ଜଣକ ବି ଅସ୍ୱାଭାବିକ ଅନୁଭବ କରୁଥିଲା କିନ୍ତୁ କାହାରିକୁ କିଛି କହି ପାରୁ ନ ଥିଲା। ଯୁବକ ଜଣକ ବାଳିକାର ପାଖକୁ ଲାଗି ଏକ ଅଶ୍ଳୀଳ ଫଟୋ ବି ଉଠାଇଥିଲା। ଏହାପରେ ମୁଁ ଏଥିରେ ହସ୍ତକ୍ଷେପ କରିଥିଲି ଓ ଯୁବକକୁ ସେଠାରୁ ଯିବାକୁ କହିଥିଲି।’