ଦୁଇ ଦିନିଆ ଚୀନ୍‌ ଗସ୍ତରେ ମୋଦି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁୁଇ ଦିନିଆ ଚୀନ ଗସ୍ତରେ ଯାଇଛନ୍ତି। ଶୁକ୍ରବାର ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ ପିଙ୍ଗ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଅନୌପଚାରିକ ଶିଖର ବୈଠକ ହେବ। ଏହି ବୈଠକରେ ଦୁଇ ନେତା ଉଭୟ ଦେଶ ମଧ୍ୟରେ ଥିବା ସାମରିକ ଓ ଆର୍ଥିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଏହି ବୈଠକକୁ ଚୀନ୍‌ ଅତି ଉତ୍ସକୁତାର ସହ ଗ୍ରହଣ କରିଥିବା ବେଳେ ସେଠାକାର ଗଣମାଧ୍ୟମ ରିପୋର୍ଟ ମୁତାବକ, ମୋଦି-ଜିନପିଙ୍ଗଙ୍କ ମଧ୍ୟରେ ହେବାକୁ ଥିବା ଏହି ବୈଠକ ଉଭୟ ଦେଶର ସମ୍ପର୍କକୁ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚାଇବ। ବିଗତ ୨ ବର୍ଷ ମଧ୍ୟରେ ଡୋକଲାମ ବିବାଦ, ଅରୁଣାଚଳ ବିବାଦ ଓ ଭାରତର ଏନ୍‌ଏସ୍‌ଜି ସଦସ୍ୟତାକୁ ଚୀନ୍‌ ଖାରଜ କରିବା ପରେ ଉଭୟ ଦେଶ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି ।

ସମ୍ବନ୍ଧିତ ଖବର