ଦୋକାନ ଜଳି ୧୨ ମୃତ, ୪ ଗୁରୁତର

ମୁମ୍ବାଇ: ମୁମ୍ବାଇର ଏକ ଦୋକାନରେ ଆଜି ଅଗ୍ନିକାଣ୍ଡ ଘଟି ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ସାକି ନାକାର ଖାଇରାଣି ରୋଡ୍‌ ସ୍ଥିତ ‘ଭାନୁ ଫରସାନ୍‌ ସ୍ନାକ୍ସ ସପ୍‌’ରେ ଆଜି ଭୋର ୪ଟାରେ ସର୍ଟ ସର୍କିଟ୍‌ରୁ ଭୟାବୟ ଅଗ୍ନିକାଣ୍ଡ ଘଟିଥିଲା। ରାତିରେ ସମସ୍ତେ ଗାଢ଼ ନିଦରେ ଶୋଇଥିବାରୁ ଦୁର୍ଘଟଣାରୁ ନିଜକୁ ମୁକୁଳାଇ ପାରିନଥିଲେ। ତେବେ ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଅାଁକୁ ନିୟନ୍ତ୍ରଣ କରିନେଇଥିଲେ। ତେବେ ସେତେବେଳକୁ ମୃତକମାନଙ୍କୁ ମୁକୁଳାଇବାରେ ବିଳମ୍ବ ହୋଇଯାଇଥିଲା। ଅପରପକ୍ଷେ, ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ଦୋକାନର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା। ଦୋକାନ ଭିତରେ ଆହୁରି ଅଧିକ ଲୋକ ଫସି ରହିଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର