ପାକିସ୍ତାନକୁ ୪ ଫାଳ କରିବାକୁ ହେବ: ସ୍ୱାମୀ

ନୂଆଦିଲ୍ଲୀ: ପାକିସ୍ତାନ ଦିନକୁ ଦିନ ଭାରତର ସମସ୍ୟା ବଢ଼ାଉଛି। କୁଳଭୂଷଣ ଯାଦବଙ୍କ ମାମଲାରେ ପାକିସ୍ତାନର ଅମାନବୀୟ ଆଚରଣ ଏବଂ ଅନ୍ତର୍ଜାତୀୟ ନୀତି ନିୟମକୁ ଉଲ୍ଲଂଘନ ଭାରତ ପାଇଁ ଚ୍ୟାଲେଂଜ ହୋଇଛି। ଏବେ ପାକିସ୍ତାନର ରାଜନୀତିକୁ ସେନା ନିୟନ୍ତ୍ରଣ କରୁଛି। ଏଭଳି ସ୍ଥିତିରେ ପାକିସ୍ତାନ ସହ ଯୁଦ୍ଧ କରି ଏହାକୁ ଚାରି ଭାଗ କରିଦେବା ଉଚିତ ବୋଲି ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି। ଏଥିପାଇଁ ଭାରତ ଯଥାଶୀଘ୍ର ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। କୁଳଭୂଷଣ ଯାଦବଙ୍କ ମା’ ଏବଂ ପତ୍ନୀ ତାଙ୍କୁ ଦେଖିବାକୁ ଇସଲାମାବାଦ ଯାଇଥିବା ବେଳେ ସେଠାରେ ସେମାନଙ୍କ ପ୍ରତି ପାକିସ୍ତାନର ଆଚରଣ ଅତ୍ୟନ୍ତ ଅଶୋଭନୀୟ ଥିଲା ଏବଂ କୌଣସି ସଭ୍ୟ ରାଷ୍ଟ୍ର ଏହାକୁ ବରଦାସ୍ତ କରିବେ ନାହିଁ ବୋଲି ସ୍ୱାମୀ କହିଛନ୍ତି। କଶ୍ମୀରରେ ଆତଙ୍କବାଦର ବିଲୋପ ପାଇଁ ପାକିସ୍ତାନକୁ ବିଭାଜନ କରିବା ପାଇଁ ସର୍ବଶ୍ରେଷ୍ଠ ପନ୍ଥା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର