ନୌସେରା ସେକ୍ଟରରେ ପାକ୍‌ର ଗୁଳିବର୍ଷା, ଜଣେ ଯବାନ ସହିଦ

ଶ୍ରୀନଗର: ଜମ୍ମୁ କଶ୍ମୀରର ରାଜୌରି ଏବଂ ନୌସେରା ସେକ୍ଟରରେ ଆଜି ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିବର୍ଷା କରିଛି। ବର୍ଷର ଶେଷ ଦିନରେ ଆଜି ଭୋର୍‌ରୁ ପାକିସ୍ତାନ ଗୁଳିମାଡ଼ ଆରମ୍ଭ କରିଦେଇଥିଲା। ନୌସେରା ସେକ୍ଟରରେ ଜଣେ ଭାରତୀୟ ଯବାନ ସହିଦ ହୋଇଯାଇଥିବା ସେନା ସୂତ୍ରରୁ ଜଣାପଡ଼ିଛି । ୩ଟି ଭାରତୀୟ ପୋଷ୍ଟକୁ ଟାର୍ଗେଟ କରି ପାକିସ୍ତାନ ଗୁଳିମାଡ଼ କରିଥିଲା। ସହିଦ ଯବାନଙ୍କ ନାମ ଜଗ୍‌ସିର୍‌ ସିଂହ ଏବଂ ସେ ୩ ମାସ ତଳେ ନୈସେରା ସେକ୍ଟରରେ ମୁତୟନ ହୋଇଥିଲେ ବୋଲି ଜଣାପଡ଼ିଛି। ପାକ୍‌ ଅସ୍ତ୍ରବିରତି ଉଲ୍ଲଂଘନର ଭାରତ ମଧ୍ୟ କଡ଼ା ଜବାବ ଦେଇଛି। ପାକିସ୍ତାନ ପଟେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି । ଭାରତର କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ପଟୁ ଗୁଳିବର୍ଷା ବନ୍ଦ ହୋଇଯାଇଥିଲା ଏବଂ ପାକ୍‌ ସେନା ପୋଷ୍ଟ୍‍ ଛାଡ଼ି ପଳାଇଥିଲେ। ସେନା ମୁଖ୍ୟ ବିପିନ ରାଓ୍ଵତ ନିୟନ୍ତ୍ରଣ ରେଖା ସ୍ଥିତି ନେଇ ରାଜୈାରି, ପୁଂଚ ଓ ନୌସେରା ସେକ୍ଟର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର