ରାଜ୍ୟସଭାରେ ହଟ୍ଟଗୋଳ

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ବିଜେପି ସାଂସଦ ଅମିତ୍‌ ଶାହ ଏମ୍‌ଏସ୍‌ପି (ସର୍ବନିମ୍ନ ସହାୟକ ମୂଲ୍ୟ) ବାବଦରେ ବିବୃତି ରଖୁଥିବା ବେଳେ ବିରୋଧୀ ଦଳଗୁଡ଼ିକ ପ୍ରବଳ ହଙ୍ଗାମା କରିଥିଲେ। ଫଳରେ ଆଜି ବି ଶାହ ତାଙ୍କ କଥା ଶେଷ କରିପାରି ନଥିଲେ। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦମାନେ ଗତଥର ଭଳି  ମଧ୍ୟ ପ୍ରବଳ ହୋହଲ୍ଲା କରିଥିଲେ। ହୋହଲ୍ଲା କରିବା ସହିତ ସେମାନେ ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କ ପର୍ଯ୍ୟନ୍ତ ଚାଲିଆସିଥିଲେ। ଫଳରେ ଗୃହରେ ବିଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା। ଏହାପରେ ଗୃହକୁ ୨ ଥର ମୁଲତବୀ ରଖାଯାଇଥିଲା। ଏମିତି କି ଆସାମ ଏନ୍‌ଆର୍‌ସି ପ୍ରସଙ୍ଗରେ ବିତର୍କ ହେବା ସମୟରେ ମଧ୍ୟ ଟିଏମ୍‌ସି ସାଂସଦମାନେ ହଟ୍ଟଗୋଳ ପରିସ୍ଥିତି ସୃଷ୍ଟି କରିଥିଲେ।

ସମ୍ବନ୍ଧିତ ଖବର