ମଧ୍ୟପ୍ରଦେଶରେ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ, ଉଦ୍ଧାର କାର୍ଯ୍ୟ ଜାରି

ଭୋପାଳ: ମଧ୍ୟପ୍ରଦେଶର କଟନି ଜିଲ୍ଲାରେ ଶନିବାର ରାତି ଏକ ପାସେଞ୍ଜର ଟ୍ରେନ ଦୁର୍ଘଟଣାର ସମୁଖୀନ ହେବାପରେ ୫ଟି ଡବା ରେଳଧାରଣାରୁ ଖସିପଡିଛି । କଟନି-ଚୋପନ ପ୍ୟାସେଞ୍ଜର ସଲହନା ଓ ପିପରିଆକଲା ନିକଟରେ ଦୁର୍ଘଟଣାଗସ୍ତ ହୋଇଛି ।

ଦୁର୍ଘଟଣା ପରେ ରେଳବାଇର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ କୌଣସି ପାସେଞ୍ଜର ଆହତ କିମ୍ବା ମୃତ୍ୟୁ ହେବାର ସୂଚନା ମିଳି ନାହିଁ ।

ସମ୍ବନ୍ଧିତ ଖବର