ନିଜ ଜନ୍ମଦିନରେ ଏହି ଖାସ୍‌ କାମ କରିବାକୁ ଯାଉଛନ୍ତି ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ନିଜ ଜନ୍ମଦିନକୁ ଖାସ୍‌ ବନାଇବାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ସେପ୍ଟେମ୍ବର ୧୭ ତାରିଖରେ ମୋଦୀ ନିଜ ଜନ୍ମଦିନରେ ଘରକୁ ଯାଇ ମା’ଙ୍କ ଆର୍ଶୀବାଦ ନେବେ ବୋଲି ଜଣା ପଡ଼ିଛି । ଆମେରିକା ଯିବା ପୂର୍ବରୁ ସେ ଗୁଜୁରାଟ ଯାଇ ମା’ଙ୍କୁ ଭେଟିବେ ବୋଲି ଜଣା ପଡ଼ିଥିବା ବେଳେ ରାତି ପ୍ରାୟ ୧୧ଟାରେ ସେ ଅହମଦାବାଦ୍‌ରେ ପହଞ୍ଚିବେ ।

pm
oneindia.com

ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବାକୁ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ବିଜୟ ଋପାଣୀ ଓ ତାଙ୍କ ମନ୍ତ୍ରୀ ମଣ୍ଡଳରେ ଅନେକ ସଦସ୍ୟ । ଗୁଜୁରାଟରେ ପହଞ୍ଚିବା ପରେ ମୋଦୀ ଗାନ୍ଧିନଗରସ୍ଥିତ ରାଜଭବନରେ ବିଶ୍ରାମ ନେବେ । ପରଦିନ ସେପ୍ଟେମ୍ବର ୧୭ରେ ନିଜ ଘରକୁ ଯାଇ ମା’ଙ୍କ ଆର୍ଶୀବାଦ ନେବେ । ସେଠାରେ କିଛି ସମୟ ରହି ବାକି ଥିବା କାମ ସାରି ସେ ଆମେରିକାକୁ ଉଡ଼ାଣ ଭରିବେ ବୋଲି ସୂଚନା ରହିଛି ।

ସମ୍ବନ୍ଧିତ ଖବର