ଜନ ଧନ ଖାତାଧାରୀଙ୍କୁ ମିଳିପାରେ ଫାଇଦା

ନୂଆଦିଲ୍ଲୀ: ଆଗାମୀ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାରୁ ମୋଦୀ ଦେଶବାସୀଙ୍କ ପାଇଁ କିଛି ସ୍ୱତନ୍ତ୍ର ଘୋଷଣା କରିପାରନ୍ତି। ପାଖାପାଖି ୩୨ କୋଟି ଜନ ଧନ ଖାତାଧାରୀଙ୍କୁ ଫାଇଦା ଦେବା ଲାଗି ମଧ୍ୟ ମୋଦୀ କିଛି ବଡ଼ ଘୋଷଣା କରିବେ ବୋଲି ଆଶା ରହିଛି। ଜନ ଧନ ଆକାଉଣ୍ଟ କ୍ଷେତ୍ରରେ ସରକାର ଉଭରଡ୍ରାଫ୍ଟ ବ୍ୟବସ୍ଥା ଆରମ୍ଭ କରିଥିଲେ, ଯେଉଁଥିରେ ଲୋକମାନେ ନିଜ ଆକାଉଣ୍ଟରୁ ୫,୦୦୦ ଟଙ୍କା ଉଠାଣ ସୁବିଧା ପାଇଥିଲେ। ଏହି ସୀମାକୁ ଦୁଇଗୁଣ କରାଯାଇ ୧୦,୦୦୦ ଟଙ୍କା କରାଯିବ। ଏହାଛଡ଼ା ମୋଦୀ ସରକାରଙ୍କ ପକ୍ଷରୁ କ୍ଷୁଦ୍ର ବୀମା ସ୍କିମ୍‌ ଭଳି ଯୋଜନା ଘୋଷଣା କରାଯାଇପାରେ। ଗତବର୍ଷ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଲାଲ୍‌କିଲ୍ଲାରୁ ଦେଶବାସୀଙ୍କୁ ୫୪ ମିନିଟ୍‌ର ଉଦ୍‌ବୋଧନ ଦେଇଥିଲେ। ୨୦୧୪ରେ ମୋଦୀ ୬୫ ମିନିଟ୍‌ର ଭାଷଣ ଦେଇଥିଲା ବେଳେ ୨୦୧୫ରେ ୮୬ ମିନିଟ୍‌ ଏବଂ ୨୦୧୬ରେ ୯୪ ମିନିଟ୍‌ ଭାଷଣ ଦେଇଥିଲେ।

ସମ୍ବନ୍ଧିତ ଖବର