କୂଟନୀତିଜ୍ଞଙ୍କୁ ଭେଟିବାକୁ ସୁଯୋଗ ଦେଲାନି ପାକ୍‌

ଭାରତର କଡ଼ା ବିରୋଧ

ଇସ୍‌ଲାମାବାଦ: ପାକିସ୍ତାନ ଯାଇଥିବା ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀଙ୍କୁ ସେଠାରେ ଥିବା ଭାରତୀୟ କୂଟନୀତିଜ୍ଞ ଓ ହାଇକମିସନରଙ୍କ ସହ ଭେଟ ହେବାର ସୁଯୋଗ ଦିଆନଯିବା ଘଟଣାକୁ ଭାରତ ତୀବ୍ର ବିରୋଧ କରିଛି। ଅପରପକ୍ଷେ, ପାକିସ୍ତାନରେ ଥିବା ଭାରତୀୟ ହାଇକମିସନରଙ୍କୁ ପଞ୍ଜାବର ସିନ୍ଧ ପ୍ରଦେଶରେ ଥିବା ଗୁରୁଦ୍ୱାରକୁ ମଧ୍ୟ ଦର୍ଶନ ପାଇଁ ଅନୁମତି ଦିଆଯାଇନଥିବା ଜଣାପଡ଼ିଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସୂଚନା ମୁତାବକ, ପ୍ରାୟ ୧୮ ଶହ ଶିଖ୍‌ ତୀର୍ଥଯାତ୍ରୀଙ୍କ ଏକ ଦଳ ଗତ ୧୨ ତାରିଖରେ ପାକିସ୍ତାନର ବିଭିନ୍ନ ଶିଖ୍‌ ତୀର୍ଥସ୍ଥଳ ବୁଲିବାକୁ ଯାଇଥିଲେ। ଭାରତ-ପାକ୍‌ ଦ୍ୱିପାକ୍ଷିକ ନିୟମ ମୁତାବକ, ଜରୁରୀକାଳୀନ ଡାକ୍ତରୀ ସେବା ଓ ଅନ୍ୟାନ୍ୟ ସହଯୋଗ ପାଇଁ ତୀର୍ଥଯାତ୍ରୀଙ୍କୁ ସେମାନଙ୍କ ଦେଶର କୂଟନୀତିଜ୍ଞ ଓ ହାଇକମିସନରଙ୍କ ସହ ଯୋଗାଯୋଗ ଅନୁମତି ମିଳିବା କଥା। କିନ୍ତୁ ପାକିସ୍ତାନ ଏହି ଅନୁମତି ନଦେଇ ଭିଏନା ସମ୍ମିଳନୀ-୧୯୬୧ ଅନ୍ତର୍ଗତ କୂଟନୈତିକ ଚୁକ୍ତିକୁ ଉଲ୍ଲଂଘନ କରିବା ପ୍ରୟାସ କରିଥିବା ଭାରତ କହିଛି। ସେପଟେ ବୈଶାଖୀ ଉତ୍ସବ ପାଇର୍ ଭାରତୀୟ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଯିବା ସମୟରେ ସୁରକ୍ଷା ଆଳ ଦେଖାଇ ପାକିସ୍ତାନ ସରକାର ଭାରତୀୟ ହାଇ କମିସନରଙ୍କୁ ଅଟକାଇଥିଲେ।

ସମ୍ବନ୍ଧିତ ଖବର