ସଡ଼କ ଦୁର୍ଘଟଣାରେ ୧୨ ମୃତ

ସୋନିପତ୍‌: ହରିୟାଣାର ସୋନିପତ୍‌ରେ ଆଜି ଏକ ଭୟାନକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଗୋଟିଏ ଟ୍ରକ୍‌ ଦୁଇଟି ଗାଡ଼ିକୁ ଧକ୍କା ଦେବା ଫଳରେ ମୋଟ ୧୨ ଜଣ ପ୍ରାଣ ହରାଇଛନ୍ତି। ୭ ଜଣ ଆହତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଥିବା‌ ବେଳେ ଟ୍ରକ୍‌କୁ ଜବତ କରାଯାଇଛି। ଗୋହାନା ଅନ୍ତର୍ଗତ ମୁଣ୍ଡଲାନା ଗ୍ରାମରେ ଏହି ଦୁର୍ଘଟଣା ଘଟିଛି। ଗୋହାନା ପା‌ନିପତ ରାଜପଥ‌ରେ ଆଜି ଅପରାହ୍ନ ୫ଟାରେ ଟ୍ରକ୍‌ଟି ଭୁଲ ଦିଗରୁ କ୍ଷିପ୍ର ଗତିରେ ଆସି ଦୁଇଟି ଗାଡ଼ିକୁ ଧକ୍କା ଦେଇଥିଲା।

ସମ୍ବନ୍ଧିତ ଖବର