ସମ୍ପର୍କ ରଖିବା ପରେ ୨୦ ଜଣ ନବବିବାହିତାଙ୍କୁ ହତ୍ୟା କରିଥିବା ସିରିୟଲ କିଲର ବାବଦରେ ଜାଣନ୍ତି କି ?

ବାଙ୍ଗାଲୋର: ଆପଣ ସିରିୟଲ କିଲରଙ୍କ ବାବଦରେ ଶୁଣିଥିବେ | କିନ୍ତୁ ଜାଣିଛନ୍ତି କି ଦକ୍ଷିଣ ଭାରତରେ ଏମିତି ଜଣେ ସିରିୟଲ କିଲର ଥିଲେ ଯେ କି ୨୦ ଜଣ ନବବିବାହିତାଙ୍କୁ ବିଷ ଦେଇ ମାରିଦେଇଥିଲେ | ସମ୍ପର୍କ ରଖିବା ପରେ ସାଇନାଇଡ଼ ଭଳି ମାରାତ୍ମକ ବିଷ ଦେଇ ହତ୍ୟା କରୁଥିବା ଏହି ହତ୍ୟାକାରୀକୁ ସାଇନାଇଡ଼ ମୋହନ ବୋଲି ସମସ୍ତେ ଜାଣିଥିଲେ | କିଏ ସେହି ସାଇନାଇଡ଼ ମୋହନ, ଜାଣନ୍ତୁ |
୨୦୦୩ ମସିହାରୁ ୨୦୦୯ ମସିହା ମଧ୍ୟରେ ଦକ୍ଷିଣ କର୍ଣ୍ଣାଟକର ୬ଟି ସହରର ବସଷ୍ଟାଣ୍ଡରେ ଥିବା ଶୌଚାଳୟରୁ ୨୦ ଜଣ ମହିଳାଙ୍କ ମୃତଦେହ ମିଳିଥିଲା | ଏହି ମୃତଦେହ ପଛରେ ଗୋଟିଏ କଥା ସମାନ ଥିଲା | ମହିଳାମାନଙ୍କ ବୟସ ୨୦-୩୨ ବର୍ଷ ଥିବାବେଳେ ସମସ୍ତେ ନବବଧୂ ଭଳି ଶାଢ଼ୀ ପିନ୍ଧିଥିଲେ କିନ୍ତୁ ଶରୀରରେ କୌଣସି ଗହଣା ନଥିଲା | ଅଲଗା ଅଲଗା ସହହରରେ ମୃତଦେହ ମିଳିଥିବାରୁ ପୁଲିସ ମଧ୍ୟ ଏହି ସିରିୟଲ ହତ୍ୟାକାଣ୍ଡ ବାବଦରେ ଜାଣିପାରିନଥିଲା | ତେବେ ୨୦୦୯ ମସିହାରେ ଅନିତା ନାମ୍ନୀ ଜଣେ ନବବିବାହିତାଙ୍କର ମୃତ ଦେହ ଶୌଚାଳୟରୁ ମିଳିବା ପରେ ପୁଲିସ ଯେତେବେଳେ ଗୁରୁତ୍ୱର ସହ ତଦନ୍ତ କରିଥିଲା ସେତେବେଳେ ଏହି ହତ୍ୟାକାଣ୍ଡରେ ପ୍ରଫେସର ମୋହନ କୁମାରଙ୍କର ହାତ ଥିବା ଜାଣିବାକୁ ପାଇଥିଲା |

Photo-Times of india

ପୁଲିସ ମୋହନ କୁମାରଙ୍କୁ ହେପାଜତକୁ ନେଇ ଯେତେବେଳେ ପ୍ରଶ୍ନ କରିଥିଲା, ସେତେବେଳେ ମୋହନର ଉତ୍ତର ଶୁଣି ଖୋଦ ପୁଲିସ ବାବୁମାନଙ୍କର ହୋସ ଉଡିଯାଇଥିଲା | ମୋହନ କୁମାର କହିଥିଲା ଯେ ଯେଉଁ ଝିଅମାନେ ଆର୍ଥିକ ସ୍ତରରେ ଦୁର୍ବଳ ଥିଲେ ଓ ବିବାହ କରିପାରୁନଥିଲେ ସେମାନଙ୍କୁ ସେ ଟାର୍ଗେଟ କରୁଥିଲା | ଏହି ଝିଅମାନଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବିନା ଯୌତୁକରେ ବିବାହ କରିବା କଥା କହୁଥିଲା | ବିବାହର ପ୍ରତିଶୃତି ଦେଇ ସେମାନଙ୍କ ସହ ସମ୍ପର୍କ ରଖୁଥିଲା ଓ ପରେ ବାହାନା କରି ବସଷ୍ଟାଣ୍ଡର ଶୌଚାଳୟ ନିକଟକୁ ନେଇଯାଉଥିଲା |

ସେଠାରେ ଗର୍ଭନିରୋଧକ ବଟିକା ଖାଇବାକୁ ଦେଉଥିଲା, ଯେଉଁଥିରେ ମୋହନ ସାଇନାଇଡ଼ ବିଷ ମିଶାଇ ଦେଉଥିଲା | ଏହା ପରେ ଯୁବତୀଙ୍କ ମୃତ୍ୟୁ ହେବା ପରେ ସେମାନଙ୍କ ଗହଣା ନେଇ ଫେରାର ହୋଇଯାଉଥିଲା | ବଡ କଥା ଯେ ପ୍ରତ୍ୟେକ ଝିଅଙ୍କୁ ମୋହନ କୁମାର ନିଜର ଭିନ୍ନ ଭିନ୍ନ ନାମ କହୁଥିଲା | ୧୨ଟି ନକଲି ନାମ କହିଥିବା ମୋହନକୁ ଗିରଫ କରାଯିବା ପରେ ୨୦୧୩ ମସିହାରେ ମାଙ୍ଗଲୋର ଫାଷ୍ଟଟ୍ରାକ କୋର୍ଟ ୨୦ ଜଣ ମହିଳାଙ୍କ ହତ୍ୟା ଅଭିଯୋଗରେ ଦୋଷୀ ମାନିଥିଲେ | ଏହା ପରେ ମୋହନଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ |

ସମ୍ବନ୍ଧିତ ଖବର