ମୋବାଇଲ ନେଲା ଜୀବନ : ପକେଟରେ ରଖି ଶୋଇଥିବା ବେଳେ ମୋବାଇଲ ଫାଟି ଯୁବକ ମୃତ

ରାଜସ୍ଥାନ : ମୋବାଇଲ ବିସ୍ଫୋରଣ ଯୋଗୁଁ ପୁଣି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ଉଦୟପୁରରେ। ଜଣେ ଯୁବକ ଫୋନକୁ ପକେଟ୍ ଭିତରେ ରଖି ଶୋଇଥିବା ବେଳେ ସେଥିରେ ବିସ୍ଫୋରଣ ଘଟି ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ରାଜସ୍ଥାନର ଉଦୟପୁରର ନଟବଲଗଡ ଗାଁରେ ୬୦ ବର୍ଷୀୟ କିଶୋର ସିଂହଙ୍କର ମୋବାଇଲରେ ବିସ୍ଫୋରଣ କାରଣରୁ ମୃତ୍ୟୁ ହୋଇଛି । କିଶୋର ସବୁବେଳେ ପକେଟ ଭିତରେ ମୋବାଇଲ ରଖୁଥିଲେ। ଦୁର୍ଘଟଣା ଘଟିଥିବା ଦିନ ରାତିରେ ସେ ପକେଟରୁ ମୋବାଇଲ କାଢିବାକୁ ଭୁଲି ଯାଇଥିଲେ, ଯେଉଁ କାରଣରୁ ଫୋନକୁ ପକେଟରେ ରଖି ଶୋଇଯାଇଥିଲେ । ତେବେ କିଶୋର ଶୋଇଥିବା ଅବସ୍ଥାରେ ପକେଟରେ ରଖିଥିବା ମୋବାଇଲ ଚାପିହୋଇ ଗରମ ହୋଇଯାଇଥିଲା । ବିଳମ୍ବିତ ରାତି ତଥା ପାଖାପାଖି ସାଢେ ୨ଟା ସମୟରେ ସେ ଯେତେବେଳେ ବାହାରକୁ ଉଠିଥିଲେ ଠିକ୍ ଏହି ସମୟରେ ହିଁ ମୋବାଇଲରେ ହଠାତ୍ ବିସ୍ଫୋରଣ ହୋଇଥିଲା । ଯେଉଁ କାରଣରୁ କିଶୋରଙ୍କ ଦେହରେ ନିଆଁ ଲାଗିଯାଇଥିଲା ।

କିଶୋରଙ୍କର ଚିତ୍କାର ଶୁଣି ପାଖ ରୁମରେ ଶୋଇଥିବା ତାଙ୍କ ପୁଅ ବୋହୂ ଧାଇ ଆସିଥିଲେ । ହେଲେ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । କେହି କିଛି ବୁଝିବା, କରିବା ପୂର୍ବରୁ ପୂରା ପରିବାର ଆଗରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଏହାପରେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର