ନୂଆଦିଲ୍ଲୀ: ବିହାରର ପାଟନା ସାହିବ୍ ଆସନରୁ ଜିତି ଲୋକସଭା ସଦସ୍ୟ ହୋଇଥିବା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଶତ୍ରୁଘ୍ନ ସିହ୍ନା ଏଥର କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବେ ବୋଲି ଜଣାଯାଇଛି। ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିବାପରେ ଆଗାମୀ ମାସ ୬ ତାରିଖରେ କଂଗ୍ରେସରେ ଯୋଗ ଦେବେ ବୋଲି ଜଣାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏସଂପର୍କରେ ଶତ୍ରୁଘ୍ନ ସିହ୍ନାଙ୍କ କନ୍ୟା ତଥା ଫିଲ୍ମଷ୍ଟାର୍ ସୋନାକ୍ଷୀ ସିହ୍ନା ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ ବାପାଙ୍କ ନିଷ୍ପତ୍ତିରେ ଖୁସି ,ମାତ୍ର ଏଥିରେ ବିଳମ୍ବ ହୋଇଯାଇଛି।ତାଙ୍କୁ ବିଜେପିରେ ଉପଯୁକ୍ତ ସମ୍ମାନ ମିଳୁ ନଥିବା ହେତୁ ଏ ଦଗରେ ବହୁ ଆଗରୁ ନିଷ୍ପତ୍ତି ନେବାର ଥିଲା ବୋଲି କହିଛନ୍ତି ସୋନାକ୍ଷୀ ସିହ୍ନା।ଏଠାରେ ସୂଚନାଯୋଗ୍ୟ ଯେ ବିଜେପି ଶତ୍ରୁଘ୍ନଙ୍କ ଟିକେଟ କାଟି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ସେଠାରୁ ପ୍ରାର୍ଥୀ କରିଛି ।
ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କୁ ଦୀର୍ଘଦିନ ଧରି ଦଳ ଉପରେ ଅସନ୍ତୁଷ୍ଟ ଥିଲେ । ପୂର୍ବରୁ ଶତ୍ରୁଘ୍ନ ସିହ୍ନା ବାରମ୍ବାର ମୋଦି ବିରୋଧୀ ମନ୍ତବ୍ୟ ଦେଇଆସୁଥିଲେ। ମୋଦିଙ୍କ ନେତୃତ୍ୱ ଉପରେ ବାରମ୍ବାର ପ୍ରଶ୍ନ ଉଠାଉ ଥିଲେ ସିହ୍ନା । ସୋସିଆଲ ମିଡ଼ିଆରେ ମୋଦି ବିରୋଧୀ ମନ୍ତବ୍ୟ ଦେବାସହ ରାହୁଲ ଗାନ୍ଧୀଙ୍କୁ ମାଷ୍ଟର ଅଫ୍ ସିଚ୍ୟୁଏସନ୍ ବୋଲି କହିଥିଲେ ଶତ୍ରୁଘ୍ନ । ଏବେ ସେ ଟ୍ୱଟି କରି ରାହୁଲଙ୍କ ସର୍ବନିମ୍ନ ଆୟ ଯୋଜନାର ପ୍ରଶଂସା କରିଥିଲେ । ଏହା ସହ ପରୋକ୍ଷରେ ମୋଦି ସରକାରଙ୍କୁ ଟାର୍ଗେଟ କରି ସେ କହିଥିଲେଏହି ଯୋଜନା କିଛି ଲୋକଙ୍କୁ ଅସୁବିଧାରେ ପକାଇପାରେ ।