ଚଳିତ ବର୍ଷର ଦୀପାବଳି ଇମୋଜି ବାଛିବା ପାଇଁ ବ୍ୟବହାରକାରୀଙ୍କ ସାହାଯ୍ୟ ମାଗିଲା ଟ୍ଵିଟର, ଜାରି କଲା ୩ଟି ବିକଳ୍ପ

ନୂଆଦିଲ୍ଲୀ : ଚଳିତ ବର୍ଷ ଦୀପାବଳି ଅବସରରେ ନୂଆ ଇମୋଜି ବାଛିବା ପାଇଁ ଟ୍ଵିଟର ଏବେ ଭୋଟିଂ ଆରମ୍ଭ କରିଥିବା ଜଣାପଡ଼ିଛି । ଏଥିଲାଗି ୩ଟି ବିକଳ୍ପ ରଖାଯାଇଥିବା ବେଳେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଗୋଟେ ଇମୋଜିକୁ ବାଛିବା ପାଇଁ ବ୍ୟବହାକାରୀଙ୍କୁ ନିବେଦନ କରିଛି ଟ୍ଵିଟର । ଏ ନେଇ ୨୧ସେକେଣ୍ଡର ଏକ ଭିଡ଼ିଓ ତିଆରି କରାଯାଇଥିବା ବେଳେ ୩ଟି ଇମୋଜିର ଡ଼ିଜାଇନ୍‌ ଦେଖାଯାଇଛି । ଭିଡ଼ିଓ ତଳେ ୩ଟି ବିକଳ୍ପକୁ ଭୋଟ କରିବା ପାଇଁ ଅପ୍‌ସନ୍‌ ରଖାଯାଇଛି ।

ଏ ପର୍ଯ୍ୟନ୍ତ ବିକଳ୍ପ ନମ୍ବର ୩କୁ ୫୪ପ୍ରତିଶତ ଅଧିକ ଭୋଟ ମିଳିଥିବା ବେଳେ ନଭେମ୍ବର ୨ରେ ଏହାର ଫଳାଫଳ ଘୋଷଣା କରାଯିବ ବୋଲି ଟ୍ଵିଟର ପକ୍ଷରୁ କୁହାଯାଇଛି । ପୂର୍ବରୁ ପସନ୍ଦର ରଙ୍ଗ ପାଇଁ ଟ୍ଵିଟର ତରଫରୁ ଭୋଟ କରାଯାଇଥିବା ବେଳେ ଚଳିତ ବର୍ଷ ପସନ୍ଦର ଇମୋଜି ପାଇଁ ଟୁଇଟର ଭୋଟ କରୁଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର