ୟୁପି ଦୁଷ୍କର୍ମ ଓ ହାଜତ ମୃତ୍ୟୁ ମାମଲା:ବିଜେପି ବିଧାୟକଙ୍କ ଭାଇ ଗିରଫ

ଏସ୍‌ଆଇଟି ତଦନ୍ତ ହେବ : ପୀଡ଼ିତାଙ୍କ ପିତାଙ୍କ ଶରୀରରେ ୧୪ କ୍ଷତ ଚିହ୍ନ

ଲକ୍ଷ୍ନୌ : ୟୁପିରେ ବିଜେପି ବିଧାୟକ କୁଲଦିପ ସିଂହ ସେଙ୍ଗରଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଆଣିଥିବା ପୀଡ଼ିତା ପିତାଙ୍କ ହାଜତ ମୃତ୍ୟୁ ମାମଲାରେ ଆଜି ବିଜେପି ବିଧାୟକପୂଳଦୀପ୍‌ ସିଂହ ସେଂଗରଙ୍କ ଭାଇ ଅତୁଲଙ୍କ ସମେତ ୫ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ଅପରପେକ୍ଷ ଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ୟୁପି ପୁଲିସ ଏକ ଏସଆଇଟି (ସ୍ୱତନ୍ତ୍ର ତଦନ୍ତକାରୀ ଦଳ) ଗଠନ କରିଛି। ଏହି ମାମଲା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଅତିଶୀଘ୍ର ଦୋଷୀଙ୍କୁ ପୁଲିସ୍‌ ଚିହ୍ନଟକରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ବୋଲି ୟୁପି ଡିଆଇଜି ପ୍ରବୀଣ କୁମାର କହିଛନ୍ତି। ସେହିପରି ଜାତୀୟ ମାନବାଧିକାର କମିସନ(ଏନ୍‌ଏଚଆରସି) ଆଜି ୨୪ଘଣ୍ଟା ମଧ୍ୟରେ ହାଜତ ମୃତ୍ୟୁ ମାମଲାରେ ତଦନ୍ତ ରିପୋର୍ଟ ଦେବାକୁ ୟୁପି ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ସେହିଭଳି ସୁପ୍ରିମକୋର୍ଟରେ ମଧ୍ୟ ଏହି ମାମଲା ନେଇ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି।

ଉଲ୍ଲେଖଯୋଗ୍ୟ ୟୁପି ବିଜେପି ବିଧାୟକ କୁଲଦୀପ ଏବଂ ତାଙ୍କ ସହଯୋଗୀମାନେ ପିଡ଼ୀତାଙ୍କୁ ଦୁଷ୍କର୍ମ କରିଥିବା ନେଇ ପିଡ଼ୀତା ପୁଲିସରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଅଭଭିଯୋଗକୁ ଗ୍ରହଣ କରିନଥିଲା। ଓଲଟା ବିଜେପି ବିଧାୟକଙ୍କ ସୁପାରିଶରେ ତାଙ୍କ ବାପାଙ୍କୁ ଗିରଫ କରି ହାଜତରେ ରଖିଥିଲା। ଏନେଇ ପିଡ଼ୀତା ଗତ ରବିବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ବାହାରେ ସମସ୍ତ ଅଭିଯୋଗ କରି ଆତ୍ମାହୁତି ଉଦ୍ୟମ କରିଥିଲେ। ଗତକାଲି ପୀଡ଼ିତାଙ୍କ ବାପାଙ୍କର ପୁଲିସ ହାଜରେ ମୃତ୍ୟୁ ହୋଇଯିବା ପରେଏହି ମାମଲା ତୀବ୍ରରୂପ ଧାରଣ କରିଛି। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଗତକାଲି ଏହି ମାମଲାରେ ୬ ପୁଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଗତ ୫ ତାରିଖରେ ପୀଡ଼ିତା ଓ ତାଙ୍କ ପରିବାର ବର୍ଗ ଦିଲ୍ଲୀରୁ ଫେରୁଥିବା ବେଳେ ବିଧାୟକ କୁଳଦୀପଙ୍କ ଭାଇ ଏବଂ ତାଙ୍କ ସମର୍ଥକମାନଙ୍କ ସହ ପାଟିତୁଣ୍ଡ ହେବାପରେ ପିଡ଼ୀତାଙ୍କ ପିତାଙ୍କୁ ଉନ୍ନା ଜେଲ୍‌ ପଠାଇ ଦିଆଯାଇଥିଲା। ସେଠାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି।

ଲକ୍ଷ୍ନୌ, ୧୦ା ୪ : ୟୁପି ବିଜେପି ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଆଣିଥିବା ପୀଡ଼ିତା ପିତାଙ୍କ ହାଜତ ମୃତ୍ୟୁ ମାମଲା ଆଜି ଏକ ଭିନ୍ନ ମୋଡ଼ ନେଇଛି। ତାଙ୍କ ବାପାଙ୍କୁ ହାଜତରେ ମାରି ଦିଆଯାଇଛି ବୋଲି ପୀଡ଼ିତା ଅଭିଯୋଗ କରିଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ ରିପୋର୍ଟ ଏହି ଅଭିଯୋଗକୁ ଆହୁରି ଦୃଢ କରିଛି। ବ୍ୟବଚ୍ଛେଦ ରିପୋର୍ଟରୁ ଜଣାଯାଇଛି ଯେ ତାଙ୍କ ଶରୀରରେ ଆଘାତ ଏବଂ ରକ୍ତ ସଂକ୍ରମଣ ହୋଇ ତାଙ୍କର ମୃୃତ୍ୟୁ ହୋଇଛି। ପୀଡ଼ିତା ପିତାଙ୍କ ଶରୀରରେ ୧୪ କ୍ଷତଚିହ୍ନ ରହିଥିବା ୟୁପିର ସଞ୍ଜୟ ଗାନ୍ଧୀ ପୋଷ୍ଟ୍‍-ଗ୍ରାଜୁଏଟ୍‌ ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନ୍ସସ୍‌ (ଏସଜିପିଜିଆଇଏମ୍‌ଏସ)ର ବରିଷ୍ଠ ଗ୍ୟାଷ୍ଟ୍ରୋ ସର୍ଜନ୍‌ ଡକ୍ଟର ଆନନ୍ଦ ପ୍ରକାଶ କହିଛନ୍ତି। ତେବେ ପୀଡ଼ିତାଙ୍କ ପିତାଙ୍କୁ ନିସ୍ତୁକ ମାଡ଼ ମରାଯିବା ସହ ଅକଥନୀୟ ଅତ୍ୟାଚାର କରାଯିବା ଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିବା ନେଇ ପିଡ଼ୀତାଙ୍କ ପରିବାର ଗଣମାଧ୍ୟମରେ କହିଛନ୍ତି।
କାର୍ଯ୍ୟାନୁଷ୍ଠାନ ଦାବିରେ ସପା କର୍ମୀଙ୍କ ଆନ୍ଦୋଳନ
ଲକ୍ଷ୍ନୌ, ୧୦|୪ : ୟୁପି ବିଜେପି ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ପୀଡ଼ିତାଙ୍କ ବାପାଙ୍କ ହାଜତ ମୃତ୍ୟୁ ବିରୋଧରେ ଆଜି ସମାଜବାଦୀ ପାର୍ଟି (ସପା)କର୍ମୀମାନେ ଗୋରଖପୁରରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଆନ୍ଦୋଳନ କରିଛନ୍ତି। ତେବେ ପୀଡ଼ିତା ପିତାଙ୍କ ମୃତ୍ୟୁ ମାମଲାରେ ଆଜି ବିଜେପି ବିଧାୟକଙ୍କ ଭାଇ ଅତୁଲ ସିଂହ ଗିରଫ ହୋଇଥିଲେ ମଧ୍ୟ ସମାଜବାଦୀ ଦଳର କର୍ମୀମାନେ ବିଜେପି ବିଧାୟକ କଳୂଦରପ ସିଂ ସେଂଗରଙ୍କ ଗିରଫ ଦାବି କରି ଆନ୍ଦୋଳନ କରିଛନ୍ତି। ତେବେ ଉକ୍ତ ଘଟଣାରେ କେବଳ ସମାଜବାଦୀ ଦଳ ନୁହେଁ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ୟୁପିରେ ବିଜେପି ସରକାରକୁ କଡ଼ା ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର