ଆମେରିକାର ଉତ୍ତର କୋରିଆ ନୀତି ବିଫଳ

ଟ୍ରମ୍ପ୍‌ ମାନିଲେ

ଓ୍ଵାସିଂଟନ: ଉତ୍ତର କୋରିଆକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକାର ନୀତି ବିଫଳ ହୋଇଛି। ଆମେରିକାର କୌଣସି କୂଟନୈତିକ ଓ ରାଜନୈତିକ ଚାପକୁ ଉତ୍ତର କୋରିଆ ଭୃକ୍ଷେପ କରିନାହିଁ। ଏ ବାବଦ ସମସ୍ତ ରଣନୀତିର କିଛି ବି ପ୍ରଭାବ ଉତ୍ତର କୋରିଆ ଉପରେ ପଡ଼ିନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ସ୍ୱୀକାର କରିଛନ୍ତି। ତେବେ କୂଟନୈତିକ ସମାଧାନ କ୍ଷେତ୍ରରେ ବିଫଳତା ପରେ ଟ୍ରମ୍ପ୍‌ ଏବେ ସାମରିକ ଅଭିଯାନକୁ ଏକମାତ୍ର ବିକଳ୍ପ ଭାବେ ରଖିଥିବାରୁ ଏହାକୁ ନେଇ ନାନା ଆଶଙ୍କା ଲାଗି ରହିଛି । ଉତ୍ତର କୋରିଆ ଭାବେ କେବଳ ଗୋଟିଏ ନୀତି (ଯୁଦ୍ଧ) ହିଁ କାମ ଦେବ ବୋଲି ଟ୍ରମ୍ପ୍‌ ଟ୍ଵିଟ୍‌ କରିଛନ୍ତି। ଟ୍ରମ୍ପ୍‌ଙ୍କ ଏଭଳି ଅଭିମୁଖ୍ୟ ତୃତୀୟ ବିଶ୍ୱଯୁଦ୍ଧକୁ ଡାକି ଆଣିବ ବୋଲି ବରିଷ୍ଠ ରିପବ୍ଲିକାନ୍‌ ସିନେଟର ବବ୍‌ କର୍କର ନ୍ୟୁୟର୍କ ଟାଇମ୍‌୍‌ସକୁ କହିଛନ୍ତି। ଉତ୍ତର କୋରିଆ ନେଇ ଆମେରିକା ଯେଉଁ ନୀତିରେ ଦୀର୍ଘ ୨୫ ବର୍ଷ ଧରି କାର୍ଯ୍ୟ କରୁଥିଲା ତାହାକୁ ଟ୍ରମ୍ପ୍‌ ପରିତ୍ୟାଗ କରିଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର