ଶୌଚାଳୟ ଯିବାକୁ ମନା କରିବାରୁ ବିମାନରେ ନିଜ ପରିଶ୍ରା ଉପରେ ବସି ଦୀର୍ଘ ୭ଘଣ୍ଟା ଯାତ୍ରା କଲେ ମହିଳା

ନୂଆଦିଲ୍ଲୀ : ବିମାନ ମଧ୍ୟରେ ଘଟିଥିବା ଅନେକ ଅଜବ ଘଟଣା ବିଷୟରେ ପୂର୍ବରୁ ଆମେ ଆପଣଙ୍କୁ ଅବଗତ କରାଇଛୁ । ଏବେ ଏୟାର କାନାଡା ବିମାନରେ ଘଟିଥିବା ଘଟଣା ସେ ସବୁ ଘଟଣାଠାରୁ ସଂପୁର୍ଣ୍ଣ ଭିନ୍ନ ବୋଲି ଜଣାପଡ଼ିଛି । ଜଣେ ମହିଳା ୭ଘଣ୍ଟା ଧରି ଏୟାର କାନାଡା ବିମାନରେ ନିଜ ପରିଶ୍ରା ଉପରେ ବସି ରହି ଯାତ୍ରା କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Image result for woman-ends-up-sitting-in-her-own-urine-for-7-hours-after-cabin-crew-refuses-her-to-use-toilet
Dublin Live

ସୂଚନା ମୁତାବକ, କଲମ୍ବିଆର ବୋଗୋଟାରୁ ଡବ୍‌ଲିନ୍‌କୁ ଯାତ୍ରା କରୁଥିଲେ ୨୬ବର୍ଷୀୟ ମହିଳା । କୌଣସି କାରଣରୁ ଏୟାର କାନାଡା ବିମାନ ଦୁଇ ଘଣ୍ଟା ବିଳମ୍ବରେ ଉଡ଼ାଣ ଭରିଥିଲା । କିନ୍ତୁ ଉଡ଼ାଣ ଭରିବା ପୂର୍ବରୁ ବିମାନ ମଧ୍ୟରେ ବସିଥିବା ମହିଳା କ୍ରିୟୁ ସଦସ୍ୟଙ୍କୁ ଶୌଚାଳୟ ଯିବା ପାଇଁ କହିଥିଲେ ମଧ୍ୟ ତାଙ୍କୁ ଯିବା ପାଇଁ ଅନୁମତି ଦିଆଯାଇ ନଥିଲା । ଦୁଇ ଘଣ୍ଟା ମଧ୍ୟରେ ମହିଳାଜଣଙ୍କ ୪ଥର କ୍ରିୟୁ ସଦସ୍ୟଙ୍କୁ ଶୌଚାଳୟ ଯିବା ପାଇଁ କହିଥିଲେ ମଧ୍ୟ ତାଙ୍କୁ ଯିବା ପାଇଁ ଦିଆଯାଇ ନଥିଲା । ଦୁଇ ଘଣ୍ଟା ବିଳମ୍ବରେ ବିମାନଟି ଉଡ଼ାଣ ଭରିବା ପରେ ମହିଳାଜଣଙ୍କ ଶୌଚାଳୟ ଯାଇ ନ ପାରିବାରୁ ବସିଥିବା ସିଟ୍‌ରେ ହିଁ ସେ ପରିଶ୍ରା କରି ଦେଇଥିଲେ । ଏହାପରେ ଦୀର୍ଘ ୭ଘଣ୍ଟା ଧରି ନିଜ ପରିଶ୍ରା ଉପରେ ବସି ରହି  ବିମାନରେ ଯାତ୍ରା କରି ଡବ୍‌ଲିନ୍‌ରେ ଅବତରଣ କରିଥିଲା । ଯାହା ପରେ ମହିଳାଜଣଙ୍କ ନିଜ ରୁମ୍‌କୁ ଯାଇ ଭଲ ଭାବରେ ଗାଧୋଇଥିଲେ । ଏହି ଘଟଣା ପରେ ସେ କେବିନ୍‌ କ୍ରିୟୁ ସଦସ୍ୟଙ୍କ ବିରୋଧରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର