ଜୟପୁର: ରାଜସ୍ଥାନରେ ବାଘ ଆକ୍ରମଣରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ସଓ୍ଵାଇ ମାଧୋପୁର ଜିଲ୍ଲା ରଣଥମ୍ବୋର ବାଘ ସଂଗ୍ରକ୍ଷଣ ନିକଟରେ ଏହି ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ପୁଲିସ ଅଧ୍ୟକ୍ଷକ କୃଷ୍ଣ ସମାରିଆଙ୍କ କହିବାନୁସାରେ, ଏହି ଘଟଣା ଶନିବାର ସକାଳେ ପଲଡି ଗ୍ରାମ ନିକଟରେ ପାଖରେ ଘଟିଛି। ମୃତ ମହିଳାଙ୍କ ନାମ ମୁନ୍ନି ଦେବୀ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମୁନ୍ନି ଦେବୀ ଜଙ୍ଗଲ ପାଖରେ ଥିବା ଜମିକୁ ଚାରା କାଟିବା ପାଇଁ ଯାଇଥିଲେ। ଏହି ସମୟରେ ବାଘ ଆସିବା ସେ ଜାଣି ପାରି ନଥିଲେ ଫଳରେ ଆକ୍ରମଣରେ ଶିକାର ହୋଇଥିଲେ। ବାଘ ଆକ୍ରମଣରେ ଲହୁଲୁହାଣ ଅବସ୍ଥାରେ ଗ୍ରାମବାସୀ ମୁନ୍ନିଙ୍କୁ ଉଦ୍ଧାର କରିଥିଲେ ହେଁ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଏହି ଘଟଣା ଉପରେ ଦୁଃଖ ପ୍ରକାଶ କରି ମୁନ୍ନି ଦେବୀଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୧ଲକ୍ଷ ଟଙ୍କାର ଘୋଷଣା କରିଛନ୍ତି। ବନବିଭାଗ ଏହି ଘଟଣା ସମ୍ପର୍କରେ ଖବର ପାଇ ଆକ୍ରମଣ କରିଥିବା ବାଘକୁ ଖୋଜିବା ଆରମ୍ଭ କରିଛନ୍ତି।