ଦୁନିଆର ଅଧିକ ଓଜନ ବିଶିଷ୍ଠ ୧୧୭ ବର୍ଷିୟ ବୃଦ୍ଧାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଅନେକ ପ୍ରକାରର ଅସାଧାରଣ ବ୍ୟକ୍ତି ଦୁନିଆରେ ରହିଛନ୍ତି । ସେହିଭଳି ଦକ୍ଷିଣ ଜାପାନରେ ଥିବା ଦୁନିଆର ସବୁଠାରୁ ଅଧିକ ଓଜନ ବିଶିଷ୍ଟ ବୃଦ୍ଧା ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ସମୟରେ ତାଙ୍କର ଆୟୁ ୧୧୭ ବର୍ଷ ରହିଥିବାର ସୂଚନା ମିଳିଛି। ବୃଦ୍ଧାଙ୍କର ନାମ ନବି ତଜିମା ଥିବା ବେଳେ ଗତ କାଲି ରାତି ୮ଟା ସମୟରେ ତାଙ୍କର ମୃତ୍ୟୁ ଘଟଛି। ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିବା ହେତୁ ସେ ଚଳିତ ବର୍ଷ ଜାନୁଆରୀ ମାସରୁ ଡ଼ାକ୍ତଖାନାରେ ଭର୍ତ୍ତି ରହିଥିଲେ ।

NDTV.com

ସୂଚନା ମୁତାବକ , ନବିଙ୍କ ଜନ୍ମ ୧୯୦୦ ମସିହାରେ ହୋଇଥିଲା । ସେ ଦୁନିଆର ସବୁଠାରୁ ଅଧିକ ଓଜନ ୧୬୦ ବିଶିଷ୍ଟ ବୃଦ୍ଧା ଭାବେ ରେକର୍ଡ଼ ହାସଲ କରିଛନ୍ତି। ନବିଙ୍କ ମୃତ୍ୟୁ ବେଳକୁ ତାଙ୍କୁ ୧୧୭ ବର୍ଷ ହୋଇଥିବା ଜଣାପଡ଼ିଛି । ତେବେ ଗତ ୬ମାସ ହେବା ନବିଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଥିଲା । ଏଣୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । କିଛି ଦିନ ପୂର୍ବେ ଦୁନିଆର ସବୁଠାରୁ ବୟଷ୍କ ମହିଳା ବାୟଲେଟ ବ୍ରାଉନଙ୍କ ନିଧନ ପରେ ନବି ସବୁଠାରୁ ବୟସ୍କ ମହିଳା ଥିବା ବେଳେ ବର୍ତ୍ତମାନ ଜାପାନର ହିଁ ଆଉ ଜଣେ ମହିଳା ଶିଓ ୟୋସିନ୍ଦା ବିଶ୍ୱାର ବୟଷ୍କ ମହିଳାଙ୍କ ମଧ୍ୟରେ ଅଛନ୍ତି । ବର୍ତ୍ତମାନ ତାଙ୍କର ବୟସ ୧୧୬ ବର୍ଷ ରହିଛି।

ସମ୍ବନ୍ଧିତ ଖବର