କେବଳ ଖାଦ୍ୟ ପଦାର୍ଥରେ ମସଲା ଭାବେ ନୁହେଁ, ଔଷଧ ଭାବେ ମଧ୍ୟ ହଳଦିର ଜୟଗାନ କରେ ଆୟୁର୍ବେଦ। ବିଗତ କିଛି ବର୍ଷ ହେବ ପାଶ୍ଚାତ୍ୟ ଦେଶରେ ମଧ୍ୟ ହଳଦିର ବ୍ୟବହାର ବଢ଼ିଛି। କଫି ଓ ଚା’ରେ ମଧ୍ୟ ହଳଦି ପକାଇବାର ପାଇଁ ଉପାୟ ଖୋଜୁଛନ୍ତି ଲୋକେ।
Sambad is now on WhatsApp
Join and get latest news updates delivered to you via WhatsApp
ହଳଦିରେ ରହିଛି ‘କର୍କ୍ୟୁମିନଏଡ୍’ ନାମକ ଏକ ବାୟୋଆକ୍ଟିଭ୍ ଉପାଦାନ। କର୍କ୍ୟୁମିନ୍ ଶରୀରରେ ଫ୍ୟାଟ୍ ଟିସ୍ୟୁର ବୃଦ୍ଧି ଦବାଇ ରଖୁଥିବାରୁ ଶରୀରର ଓଜନ ହ୍ରାସ ପାଇଥାଏ। ନିୟମିତ ହଳଦିରେ ପ୍ରସ୍ତୁତ ଚା ପିଇଲେ ଶରୀରରେ ଫ୍ୟାଟ୍ ସେଲ୍ ବୃଦ୍ଧି ପାଇବ ନାହିଁ ବୋଲି ନ୍ୟୁଟ୍ରିଓନିଷ୍ଟ୍ କହନ୍ତି।
ଦେହରେ ପୁରାତନ ଜ୍ୱାଳା ରହିଲେ ଅନେକ ସଂକ୍ରମଣ, ଅସୁସ୍ଥତା, ମେଦବହୁଳତା ଆଦି ସୃଷ୍ଟି ହୁଏ। ହଳଦି ଚା ପିଇବା ଦ୍ୱାରା ଏ ସବୁ ସମସ୍ୟାର ସମାଧାନ ହୋଇଥାଏ।
ହଜମକ୍ରିୟା ସ୍ୱାଭାବିକ ରହିଲେ ଶରୀରରେ ଉତ୍ତମ ମେଟାବୋଲିଜ୍ମ ହୋଇଥାଏ। ତେଣୁ ହଳଦି ଚା ବା ଟନିକ୍ ପିଇଲେ ଖାଦ୍ୟ ଭଲ ଭାବେ ହଜମ ହୋଇ ବାୟୁ, ପେଟଫମ୍ପା, ପେଟଟଣା ଆଦି ଉପସମ ହୋଇଥାଏ।
ପ୍ରସବ ପରବର୍ତ୍ତୀ ଅବସ୍ଥାରେ ମହିଳାମାନଙ୍କୁ ହଳଦି ଚା ପିଆଇଲେ ସେମାନଙ୍କ ଶରୀରରେ ଅନ୍ତଃସତ୍ତ୍ୱା କାଳରୁ ବଢ଼ିଥିବା ଓଜନ ଧୀରେ ଧୀରେ ହ୍ରାସ ପାଇଥାଏ।
କେମିତି ପ୍ରସ୍ତୁତି କରିବେ ହଳଦି ଚା
୪ କପ୍ ପାଣି ଗରମ କରନ୍ତୁ
ସେଥିରେ ୧ ରୁ ୨ ଚା ଚାମଚ ହଳଦି ଗୁଣ୍ଡ ପକାନ୍ତୁ
୧୦ ମିନିଟ ଯାଏଁ ତାହାକୁ ଧୀରେ ଧୀରେ ଗରମ କରନ୍ତୁ
ଛଙ୍କାରେ ସେ ଚା’କୁ ଛାଙ୍କିବା ପରେ ୫ ମିନିଟ୍ ପାଇଁ ଥଣ୍ଡା କରନ୍ତୁ
ଏହି ଚା’ର ସ୍ୱାଦ ବଢ଼ାଇବାକୁ ଲୋକେ ମହୁ, କାଗେଜି ରସ, ଅଦା ଏବଂ ଗୋଲ ମରିଚ ଆଦି ମଧ୍ୟ ମିଶାନ୍ତି।