ରାତିକୁ ପିଅନ୍ତୁ ମାତ୍ର ଗୋଟାଏ ଗ୍ଲାସ କାକୁଡ଼ି ଜୁସ୍‌, ୫ ସପ୍ତାହରେ କମିବ ୭ କିଲୋ ପାଖାପାଖି ଓଜନ

ଘରେ ତଆରି ହେଉଥିବା ଅନ୍ୟ ସମସ୍ତ ଜୁସ୍‌ ଅପେକ୍ଷା ସବୁଠାରୁ ସହଜ ଜୁସ୍‌ ହେଉଛି ଏହି କାକୁଡ଼ି ଜୁସ୍‌। ଏହି ଜୁସ୍‌ ଆପଣଙ୍କୁ ସୁସ୍ଥବାନ ରଖିବା ସହ ଶକ୍ତି ପ୍ରଦାନ କରିବ ଓ ମୋଟାପଣ ବି ହ୍ରାସ କରାଇବ। ସବୁଠାରୁ ବଡ଼ କଥା ହେଲା ମାତ୍ର ଗୋଟାଏ ମାସରେ ଏହା ଫଳ ଦେଖାଇବ। ତେବେ ଚାଲନ୍ତୁ ଜାଣିବା ଏହି ଜୁସ୍‌ ପାଇଁ କ’ଶ କ’ଣ ଆବଶ୍ୟକତା ରହିଛି ଏବଂ କିପରି ରହିଛି ଏହାକୁ ତିଆରି କରିବାର ପ୍ରଣାଳୀ।

ଆବଶ୍ୟକ ଉପକରଣ:

କାକୁଡ଼ି

ଧନିଆପତ୍ର

୧ ଟି ଲେମ୍ବୁ

୧ ଟେବୁଲ୍‌ ଚାମଚ ଅଦା ବଟା

୧ ଟେବୁଲ୍‌ ଚାମଚ ଆଲୋବେରା ଜୁସ୍‌

୧/୨ ଗ୍ଲାସ୍‌ ପାଣି

ଏମତି କରିବେ ଜୁସ୍‌:

ଉପରୋକ୍ତ ସମସ୍ତ ଉପକରଣକୁ ଏକା ସହ ଗ୍ରାଇଣ୍ଡର୍‌ରେ ପୂରାଇ ପେସି ଦେବେ। ତାହାକୁ ଖାଇ ସାରିବା ପରେ ଖଟକୁ ଯିବା ପୂର୍ବରୁ ପିଇବେ। ଏହି ଜୁସ୍‌ ଗୋଟାଏ ମାସ ପିଇବା ପରେ ଆପଣଙ୍କୁ ଫଳ ଆପେ ଜଣା ପଡ଼ିବ।

 

 

ସମ୍ବନ୍ଧିତ ଖବର