ଜାମୁକୋଳି ଖାଇ ସାରିବା ପରେ ଖାଆନ୍ତୁ ନାହିଁ ଏହି ୩ଟି ଜିନିଷ

ବର୍ଷା ଏବଂ ଖରାଦିନେ ଲୋକମାନେ ଜାମୁକୋଳି ଖାଇବାକୁ ପାଇଥାନ୍ତି । ଉଭୟ ଖଟା,ମିଠା ଓ କଷା ଲାଗୁଥିବା ଏହି ଫଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଥିବା କ୍ୟାଲସିୟମ,ପୋଟାସିୟମ,ଆଇରନ କାର୍ବୋହାଇଡ୍ରେଟ୍‌,ପ୍ରୋଟିନ୍‌ ଏବଂ ଭିଟାମିନ୍‌ ଶରୀରକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ । ମଧୁମେହ ରୋଗୀଙ୍କ ପାଇଁ ଜାମୁକୋଳି କୌଣସି ଔଷଧଠାରୁ କମ ହୋଇ ନ ଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଜାମୁକୋଳି ଖାଇ ସାରିବା ପରେ ଏହି ୩ଟି ଜିନିଷ ଖାଇଲେ ଆପଣଙ୍କ ଶରୀର ଉପରେ ଏହାର ଭଲ ପ୍ରଭାବ ପଡ଼ିବା ପରିବର୍ତ୍ତେ ଖରାପ ପ୍ରଭାବ ପଡ଼ିଥାଏ । ଆସନ୍ତୁ ଜାଣିବା ସେ ବିଷୟରେ….।

୧.କେବେ ବି ଭୁଲରେ ଜାମୁକୋଳି ଖାଇ ସାରିବା ପରେ କ୍ଷୀର ପିଅନ୍ତୁ ନାହିଁ । ଦୁଇଟି ଜିନିଷକୁ ଏକା ସାଙ୍ଗରେ ଖାଇବା ଦ୍ୱାରା ଶରୀରରେ ଏକ ବିଷାକ୍ତ ଗ୍ୟାସ ପ୍ରସ୍ତୁତ ହୋଇଥାଏ, ଯାହାଦ୍ୱାରା ପେଟଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
୨.ଜାମୁକୋଳିି ଖାଇବା ପରେ ପରେ ଆଚାର ଖାଆନ୍ତୁ ନାହିଁ । ଆଚାର ଏବଂ ଜାମୁକୋଳି ଏକା ସାଙ୍ଗରେ ଖାଇବା ଦ୍ୱାରା ଶରୀରକୁ ଯାଇ ତାହା ବିଷ ପାଲଟି ଯାଇଥାଏ । ଯାହାଦ୍ୱାରା ଜାମୁକୋଳିରୁ ମିଳୁଥିବା ଭଲ ପ୍ରଭାବ ଶରୀରକୁ ମିଳି ପାରି ନଥାଏ ।
୩.ଜାମୁକୋଳି ଖାଇବା ପରେ ପରେ ହଳଦୀ ଖାଇବା ଦ୍ୱାରା ପେଟ ଜଳିବା ଭଳି ଅନୁଭବ ହୋଇଥାଏ । ଯାହାଦ୍ୱାରା ଡ଼ାଇରିଆ ଭଳି ସମସ୍ୟା ଦେଖାଯିବାର ଆଶଙ୍କା ରହିଥାଏ ।

ସମ୍ବନ୍ଧିତ ଖବର

Comments are closed.