ଯଦି କେହି ରାଗିଛନ୍ତି ତେବେ ଏହି ଉପାୟରେ ତାଙ୍କୁ ଆୟତ୍ତ କରିପାରିବେ

ମଣିଷ ଜାତି ଗୋଟାଏ, ହେଲେ ପ୍ରକୃତି ଭିନ୍ନ। କିଏ ସ୍ୱାର୍ଥୀ ତ କିଏ ପରୋପକାରୀ। ପୁଣି କିଏ ଶାନ୍ତ ତ ପୁଣି କିଏ ଅତ୍ୟନ୍ତ କ୍ରେଧୀ। କ୍ରୋଧ ଏକ ଏପରି ଗୁଣ ଯାହା ସଂପର୍କକୁ ଭାଙ୍ଗିପାରେ କ୍ଷଣିକରେ। ତା’ମାନେ ତ ଏହା ନୁହେଁ ଯେ ଆମେ କ୍ରୋଧୀ ଲୋକଙ୍କ ସହ ସଂପର୍କ ଛିନ୍ନ କରିଦେବା! ମାତ୍ର କିଛି ଉପାୟ ରହିଛି, ଯାହାକୁ ଅବଲମ୍ବନ କରି ଆମେ ନିଜ ପ୍ରିୟ ଲୋକଙ୍କ କ୍ରୋଧକୁ ନିୟନ୍ତ୍ରଣ କରିପାରିବା। ତାହା ନିମ୍ନରେ ଆଲୋଚନା କରାଯାଇଛି।

-କେହି ରାଗି ଥିବା ସମୟରେ ସେ ଲୋକର ଭୁଲ୍‌ ଧରାନ୍ତୁ ନାହିଁ। ତା’ମାନେ ନୁହେଁ ଯେ କ୍ରୋଧୀ ସ୍ୱଭାବର ମଣିଷ ବୋଲି ଆପଣ ତାଙ୍କ ଭୁଲ୍‌କୁ ପ୍ରଶୟ ଦେବେ। କିନ୍ତୁ ଉପଯୁକ୍ତ ସମୟରେ କୁହନ୍ତୁ, ସେ ରାଗରେ ଥିବା ସମୟରେ ବୁଝାଇବାକୁ ଚେଷ୍ଟା କରିବା ଭିତ୍ତିହୀନ, ଚୁପ୍‌ ରହିବା ଶ୍ରେୟସ୍କର।

-ବୈଜ୍ଞାନିକ ମତ ଅନୁଯାୟୀ ରାଗ ସମୟରେ ହାତ ମୁଠା କରି ଦେଲେ ସାମାନ୍ୟ ରାଗ କମ୍‌ ହୋଇଯାଏ। ଆପଣଙ୍କ ପ୍ରିୟ ଲୋକ ଯଦି କେହି ଖୁବ୍‌ ଜୋର୍‌ରେ ରାଗିକି ଅଛନ୍ତି ତ ଆପଣ ତାଙ୍କର ୨ ହାତର ମୁଠାକୁ ବନ୍ଦ କରି ରଖନ୍ତୁ। ଦେଖିବେ କିଛି ସମୟରେ ପରେ ସେ ଧୀରେ ଧୀରେ ଶାନ୍ତ ପଡ଼ିଯିବେ।

-ପାଣି ପିଇବାକୁ ଦିଅନ୍ତୁ। ପାଣି ପିଇବା ଦ୍ୱାରା ବ୍ୟକ୍ତିର ମସ୍ତିଷ୍କ ପୂର୍ବପେକ୍ଷା ସାମାନ୍ୟ ଥଣ୍ଡା ପଡ଼ିଥାଏ। ଫଳରେ ରାଗିଥିବା ଲୋକଟିର ରାଗ ଟିକେ କମ୍‌ ହୋଇଥାଏ।

-ରାଗି ମଣିଷକୁ ଏକା ଛାଡ଼ନ୍ତୁ ନାହିଁ। କଥାରେ ଅଛି ଖାଲି ଦିମାଗ୍‌, ସୈତାନର ଘର। ଏକା ରହିବା ସମୟରେ ବ୍ୟକ୍ତିର ମସ୍ତିଷ୍କ ଖାଲି ରହେ ଓ ଦୁନିଆ ପ୍ରକାର କଥା ମନକୁ ଆସେ।

ସମ୍ବନ୍ଧିତ ଖବର