ବିବାହ ପୂର୍ବରୁ ପୁଅ-ଝିଅ ନିଜ ଭିତରେ ଏହି ୫ଟି କଥା ଚର୍ଚ୍ଚା କରିବା ଦରକାର

ଆଜି କାଲି ଆଉ ପୂର୍ବ ପରି ସମୟ ନାହିଁ । ପୂର୍ବରୁ ପୁଅ-ଝିଅମାନେ ବିବାହ କରିବାକୁ ଯାଉଥିଲେ ମଧ୍ୟ ପରସ୍ପର ମଧ୍ୟରେ କଥା ହେଉ ନ ଥିଲେ । ବିବାହ ପୂର୍ବରୁ ପୁଅ-ଝିଅମାନଙ୍କୁ କଥା ହେବା ପାଇଁ ପରିବାର ଲୋକ ଆଦୌ ସୁଯୋଗ ଦିଅନ୍ତି ନାହିଁ । କିନ୍ତୁ ଏବେ ସମୟ ବଦଳିବା ସହ ଲୋକମାନଙ୍କର ଚିନ୍ତାଧାରା ମଧ୍ୟ ବଦଳିଛି । ବିବାହ ପୂର୍ବରୁ ପୁଅ-ଝିଅମାନେ ପରସ୍ପରକୁ ଜାଣିବା ନିହାତି ଦରାକାର ବୋଲି ପରିବାର ଲୋକେ ବୁଝିବା ସହ ସେମାନଙ୍କୁ ସମୟ ବିତାଇବା ପାଇଁ ଅନୁମତି ମଧ୍ୟ ଦେଉଛନ୍ତି । ତେବେ ଯଦି ଆପଣମାନେ ବିବାହ କରିବାକୁ ଯାଉଥିବା ସାଥୀ ସହ କଥା ହେବା ପାଇଁ ଯାଉଛନ୍ତି, ତେବେ ଏହି ୫ଟି କଥା ନିହାତି ହୁଅନ୍ତୁ ।

୧.ବିବାହ ପରେ ଆପଣଙ୍କ ସାଥୀକୁ ଆପଣଙ୍କ ସହ ଅଲଗା ରହିବା ପାଇଁ ପସନ୍ଦ କରିବେ ନା ପରିବାର ସହ ରହିବା ପସନ୍ଦ କରିବେ, ସେ ବିଷୟରେ ପଚାରି ବୁଝନ୍ତୁ ।
୨.ଦୁଇ ଜଣ ପରସ୍ପରର ଆର୍ଥିକ ପରିସ୍ଥିତି ବିଷୟରେ ଭଲ ଭାବରେ ଜାଣି ନିଅନ୍ତୁ । ଦୁଇ ଜଣ କେତେ ଟଙ୍କା ସଞ୍ଚୟ କରିଛନ୍ତି ଏବଂ ତା’କୁ କେଉଁ ଭଳି ଭାବରେ ନିବେଶ କରିବେ ସେ ବିଷୟରେ ଯୋଜନା କରି ନିଅନ୍ତୁ ।

rochakpost.com

୩.ଜଣଙ୍କୁ ବିବାହ କରି ବୈବାହିକ ଜୀବନ ଆରମ୍ଭ କରିବା ପୂର୍ବରୁ ସେ ବିବାହର କେତେ ବର୍ଷ ପରେ ଏବଂ କେତୋଟି ପିଲା ଚାହାଁନ୍ତି ପଚାରି ବୁଝନ୍ତୁ । ଏହା ସହ ପିଲାମାନଙ୍କୁ ନେଇ ଆପଣଙ୍କ ସାଥୀଙ୍କ ବିଚାର କ’ଣ ତାହା ଜାଣି ନିଅନ୍ତୁ ।
୪.ବିବାହ ପୂର୍ବରୁ ଦୁଇ ଜଣଙ୍କର ପସନ୍ଦ ନାପସନ୍ଦ ଏବଂ ସେମାନଙ୍କର ଜୀବନକୁ ନେଇ କ’ଣ ଲକ୍ଷ୍ୟ ରହିଛି ତାହା ପଚାରି ବୁଝନ୍ତୁ ।
୫.ବିବାହ ପୂର୍ବରୁ ଧର୍ମ ଏବଂ ନୈତିକତା ବିଷୟରେ ଖୋଲି କରି କଥା ହୁଅନ୍ତୁ । କାରଣ ଯଦି ଏ କଥାକୁ ନେଇ ଆପଣ ଦୁଇ ଜଣଙ୍କ ମନ ନ ମିଶେ ତେବେ ଭବିଷ୍ୟତରେ ଆପଣଙ୍କ ପିଲାମାନଙ୍କୁ ଏ ନେଇ ଅସୁବିଧା ହୋଇପାରେ ।

rochakpost.com
ସମ୍ବନ୍ଧିତ ଖବର