ରାତ୍ରି ଭୋଜନରେ ଦହି ଖାଇବା ଅନୁଚିତ , ଜାଣନ୍ତୁ କାରଣ

0

ରାତ୍ରି ଭୋଜନ ବା ‘ଡିନର୍‌’ସମୟରେ ଆମେ କମ୍‌ ମାତ୍ରାରେ ଖାଦ୍ୟ ଗ୍ରହଣ କରିବାକୁ ପସନ୍ଦ କରୁ। ରାତିରେ କେତେକ ଖାଦ୍ୟ ଖାଇବା ଅନୁଚିତ। ସେଥିମଧ୍ୟରୁ ପ୍ରଥମଟି ହେଲା ଦହି। ଡିନର୍‌ରେ ଦହି ଖାଇଲେ ତାହା ଶରୀର ପାଇଁ କ୍ଷତିକାରକ,କାରଣ ରାତିରେ ଦହି ସେବନ କଲେ, ତାହା ହଜମ କ୍ରିୟାରେ ଅସୁବିଧା ସୃଷ୍ଟି କରିଥାଏ। ଏହା ଫଳରେ ହଜମ ସଂପର୍କୀତ ସମସ୍ୟା ମଧ୍ୟ ଦେଖାଯିବାର ଆଶଙ୍କା ରହିଛି।ଏହି ସମୟରେ ଚିନିଯୁକ୍ତ ଖାଦ୍ୟ ସେବନ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି କୁହାଯାଏ। ଏହା କେବଳ ବ୍ଲଡସୁଗାର ପାଇଁ ହାନିକାରକ,ତା’ ନୁହେଁ ବରଂ ନିଦରେ ମଧ୍ୟ ବାଧା ଉପୁଜାଇଥାଏ।

                                                                                   photo-mirror

ରାତ୍ରି ଭୋଜନ ପରେ ତୁରନ୍ତ ଗରମ ପାଣି ପିଇବା ଅନୁଚିତ।ଏଭଳି କରିଲେ ଗ୍ୟାସର ସମସ୍ୟା ଉପୁଜିପାରେ। ରାତ୍ରି ଭୋଜନରେ ସାଲାଡ୍‌ର ପ୍ରୟୋଗ କରିବା ମଧ୍ୟ ବାରଣ କରାଯାଇଥାଏ। ଆୟୁର୍ବେଦ ଅନୁସାରେ ରାତିରେ ସାଲାଡ୍‌ ଖାଇଲେ ବାୟୁଦୋଷର ସମସ୍ୟା ଦେଖା ଦେଇପାରେ। ରାତ୍ରି ଭୋଜନରେ ମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିବା ଭଲ। କାରଣ ଏହି ଖାଦ୍ୟ ଖାଇଲେ କୋଷ୍ଠକାଠିନ୍ୟତା,ଗ୍ୟାସ ଭଳି ସମସ୍ୟା ଉପୁଜିପାରେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.