ଘର କାନ୍ଥରେ ଲଗାନ୍ତୁ ନାହିଁ ଏହି ସବୁ ଛବି !

ଆମ ଚାରିପାଖରେ ଥିବା ଜିନିଷର ଭଲ ଏବଂ ଖରାପ ପ୍ରଭାବ ଆମ ଉପରେ ପଡ଼ିଥାଏ । ବେଳେ ବେଳେ ଲୋକମାନେ ଘରକୁ ସୁନ୍ଦର କରିବା ପାଇଁ ବଜାରରୁ ଭଲ ଦିଶୁଥିବା ଜିନିଷ କିଣି ଆଣନ୍ତି । ବେଳେ ବେଳେ ଏମିତି ସାମଗ୍ରୀ କିଣି ଆଣନ୍ତି, ଯାହାକୁ ଘରେ ରଖିଲେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ । ଆଜି ଆମେ କିଛି ଏପରି ଜିନିଷ ବିଷୟରେ ଜଣାଇବାକୁ ଯାଉଛୁ, ଯାହାକୁ ଘରେ ରଖିଲେ ଅନେକ ସମସ୍ୟାର ସାମ୍ନା କରିବାକୁ ହୋଇଥାଏ । ଆସନ୍ତୁ ଜାଣିବା ସେ ସବୁ ସାମଗ୍ରୀ କ’ଣ?

୧.ନଟରାଜ ମୂର୍ତ୍ତି :

ଭଗବାନ ଶିବ ତାଣ୍ଡବ କରୁଥିବା ସମୟରେ ଅର୍ଥାତ ନଟରାଜ ମୂର୍ତ୍ତିକୁ ଯଦି ଆପଣ ଘରକୁ ସୁନ୍ଦର କରିବା ପାଇଁ ଆଣି ସଜାଇ ରଖୁଛନ୍ତି, ତେବେ ଏହା ଆପଣଙ୍କୁ ମହଙ୍ଗା ପଡ଼ିପାରେ । ନଟରାଜ ମୂର୍ତ୍ତିକୁ ଘରେ ଏବଂ ଅଫିସରେ ରଖିବା ଦ୍ୱାରା ଚିନ୍ତା ଲାଗି ରହିଥାଏ ।

punjabkesari.in

୨.ତାଜମହଲ :

ଭଲପାଇବାର ପ୍ରତୀକ ହେଉଛି ତାଜମହଲ । କିଛି ଲୋକ ଏହାକୁ ଘରେ ଆଣି ସଜାଇ ଥାଆନ୍ତି । ଏପରି କରିବା ଦ୍ୱାରା ଦୁଷ୍ଟ ଶକ୍ତି ଘରକୁ ପ୍ରବେଶ କରିଥାଏ ବୋଲି କୁହାଯାଏ ।

punjabkesari.in

୩.ବୁଡ଼ି ଯାଉଥିବା ଡ଼ଙ୍ଗା :

ଭୁଲରେ ବି କେବେ ବୁଡ଼ି ଯାଉଥିବା ଡ଼ଙ୍ଗା ଏବଂ ଜାହାଜର ଫଟୋ ଘରର କାନ୍ଥରେ ଲଗାନ୍ତୁ ନାହିଁ । ଏହାକୁ ଲଗାଇଲେ ପାରିବାରିକ ସଂପର୍କରେ ମତଭେଦ ଦେଖା ଯାଇଥାଏ ।

punjabkesari.in

୪.ହିଂସ୍ର ପ୍ରାଣୀ :

ଅନେକଙ୍କର ପଶୁ ବା ପକ୍ଷୀ ରଖିବାର ସୌକ ଥାଏ । କିଛି କିଛି ଲୋକ ବାଘ ଏବଂ ସିଂହକୁ ମଧ୍ୟ ପୋଷା କରି ନିଅନ୍ତି । ଯେଉଁମାନେ ନ କରି ପାରନ୍ତି ସେମାନେ ନିଜ ଘରେ ଫଟୋ ଲଗାଇ ଦିଅନ୍ତି । ତେବେ ଯଦି ଆପଣ କିଛି ହିଂସ୍ର ପ୍ରାଣୀଙ୍କର ଫଟୋ ଘରେ ଲଗାଉଛନ୍ତି ତେବେ ଘରେ ସବୁବେଳେ ଅଶାନ୍ତିର ବାତାବରଣ ଦେଖା ଯାଇଥାଏ ।

punjabkesari.in
ସମ୍ବନ୍ଧିତ ଖବର