କେବେ ବି କରନ୍ତୁନି ଏହି ୫ଟି ଭୁଲ୍‌

ଯଦି ଆପଣ କୌଣସି ସଂପର୍କର ଆରମ୍ଭ କରିବାକୁ ଯାଉଛନ୍ତି ଏବଂ ପ୍ରଥମ ଡ଼େଟିଂ ପାଇଁ ଆପଣଙ୍କର ଅପେକ୍ଷା ମଧ୍ୟ ଶେଷ ହୋଇଛି, ତେବେ ଆପଣ ଏହି ୫ଟି ଭୁଲ୍‌କୁ ଆଦୌ ହେଲେ ବି କରନ୍ତୁ ନାହିଁ। କାହିଁକି ନା ଏହି ଟିକକ ଭୁଲ୍‌ ହିଁ ଆପଣଙ୍କ ସଂପର୍କରେ ପୂର୍ଣ୍ଣଛେଦ ପକାଇ ଦେଇପାରେ! ତେବେ, ଏବେ ଆସନ୍ତୁ ଜାଣିବା କ’ଣ ଅଟେ ଏହି ୫ଟି ଭୁଲ୍‌?

୧- ବିବାହ ବିଷୟରେ କଥା ହୁଅନ୍ତୁନି:
ଆପଣ ଯେବେ ବି ଆପଣଙ୍କ ସାଥିକୁ ନେଇ ପ୍ରଥମ ଡ଼େଟ୍‌ରେ ଯାଉଛନ୍ତି, ସେ ସମୟରେ ବିବାହ ବିଷୟରେ ଆଦୌ ହେଲେ ବି କୌଣସି ପ୍ରକାର କଥା ହୁଅନ୍ତୁ ନାହିଁ। କାହିଁକିନା ଏହି କଥା ଝିଅଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।

୨- ସାଥୀଙ୍କ ପସନ୍ଦନାପସନ୍ଦକୁ ପ୍ରାଧାନ୍ୟ ଦିଅନ୍ତୁ:

ସାଧାରଣତଃ ପୁଅମାନେ କୌଣସି ଝିଅକୁ ଭେଟିବା ପୂର୍ବରୁ ହିଁ ତାଙ୍କ ବିଷୟରେ ବିନା କୌଣସି ଆଧାରରେ ଏକ ଧାରଣା ମନ ଭିତରେ ସୃଷ୍ଟି କରି ଦିଅନ୍ତି। ଯାହା, ନୂଆ ସଂପର୍କ ଲାଗି ଘାତକ ସାବ୍ୟସ୍ତ ହୋଇଥାଏ। କେବଳ, ନିଜ ପସନ୍ଦକୁ ଅଗ୍ରଧିକାର ଦିଅନ୍ତୁ ନାହିଁ; ଝିଅ ଜଣଙ୍କର ପସନ୍ଦନାପସନ୍ଦକୁ ପ୍ରାଧାନ୍ୟ ଦିଅନ୍ତୁ।

୩- କେବେ ବି ଶରୀର ସ୍ପର୍ଶ କରନ୍ତୁ ନାହିଁ:

ପ୍ରଥମ ଥର ପାଇଁ ଗାର୍ଲଫ୍ରେଣ୍ଡ୍‌କୁ ଦେଖା କରିବା କାଳରେ ଅନେକ ପୁଅ ଅଧିକ ନିକଟତର ହେବାକୁ ଚେଷ୍ଟା କରନ୍ତି। ଏଥିସହିତ କୌଣସି କାରଣ ନଥାଇ ବି ପୁଅ ଜଣକ ଝିଅଟିକୁ ଆଲିଙ୍ଗନ କରିବାକୁ ଚେଷ୍ଟା କରିଥା’ନ୍ତି, ଯାହାକି ଉକ୍ତ ଝିଅକୁ ଖରାପ ଲାଗିଥାଏ। ଭଲରେ ହିଁ ପଛକେ ପୁଅଟି ଏହା ଭଲମନରେ କରିଥାଉ ନା କାହିଁକି! ହେଲେ, ଝିଅମାନେ ଏହାକୁ ନକରାତ୍ମକ ଦୃଷ୍ଟିରେ ଦେଖିଥାଆନ୍ତି।

୪- ଆପଣ ଚୁପ୍‌ ରହନ୍ତୁନି:

ଆପଣ ଯେବେ ବି ଡ଼େଟିଂରେ ଯାଉଛନ୍ତି, ସେତେବେଳ ଆପଣ ଆପଣଙ୍କ ଗାର୍ଲଫ୍ରେଣ୍ଡ୍‌କୁ କିଛି ନା କିଛି ରୋଚକ ଭରା କଥା କୁହନ୍ତୁ। କାହିଁକି ନା ଚୁପ୍‌ ରହୁଥିବା ପିଲାଙ୍କୁ ବୋରିଙ୍ଗ୍‌ ବୋଲି ଭାବନ୍ତି ଝିଅମାନେ!

୫- ଅଯଥା କଥା ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁନି:

ଏତଦ୍‌ବ୍ୟତୀତ ଆପଣ ପ୍ରଥମ ଡ଼େଟିଂରେ ଯାଇଥିଲେ, ଆପଣଙ୍କ ଗାର୍ଲଫ୍ରେଣ୍ଡଙ୍କ ବିଷୟରେ ଅଯଥା କଥାକୁ ଜାଣିବାକୁ ଚେଷ୍ଟା କରନ୍ତୁନି। ଯେପରିକି ବିବାହ ପରେ ତୁମେ କାମ କରିବାକୁ ଚାହିଁବ କି? ତୁମର କେତେ ବୟଫ୍ରେଣ୍ଡ୍‌ସ ଥିଲେ? ତୁମର ଦରମା କେତେ? ଏସବୁ କଥା ପ୍ରଥମ ଡ଼େଟ୍‌ରେ ପଚାରିବା ଦ୍ୱାରା ଝିଅଜଣଙ୍କ ଆଗରେ ଆପଣଙ୍କର ଇମ୍ପ୍ରେସନ୍‌ଟି ଖରାପ ହୋଇଯିବ ଆଉ ଆପଣଙ୍କର ସଂପର୍କଟି ଆରମ୍ଭ ହେଉ ହେଉ ସମାପ୍ତ ହୋଇଯିବ।

 

ସମ୍ବନ୍ଧିତ ଖବର