ବିଳମ୍ବିତ ରାତ୍ରି ଯାଏଁ ଚେଉଁଛନ୍ତି ତ , ପିଅନ୍ତୁ ଏସବୁ ପାନୀୟ

ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବିଳମ୍ବିତ ରାତ୍ରି ଯାଏଁ କାମ କରିବାରେ ଅଭ୍ୟସ୍ତ। ଆଉ କେତେକ ବିଳମ୍ବିତ ରାତ୍ରି ଯାଏଁ ଟିଭି ଦେଖନ୍ତି ଅଥବା ପଢ଼ାପଢ଼ି କରିଥାନ୍ତି। ସେମାନେ ରାତିରେ ଢ଼େର ଡେରିରେ ବି ଖାଇଥାନ୍ତି ଏବଂ ତାପରେ ଶୋଇଥାନ୍ତି। ଭୋଜନ କରିବା ପରେ ସଙ୍ଗେ ସଙ୍ଗେ ଶୋଇଲେ ଓଜନ ବଢ଼ିଯାଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି। କିନ୍ତୁ ଏମିତି କିଛି ପାନୀୟ ଅଛି ଯାହାକୁ ଶୋଇବା ପୂର୍ବରୁ ପିଇଲେ,ଓଜନ ବୃଦ୍ଧି ପାଇବ ନାହିଁ।

ପ୍ରଥମଟି ହେଲା ଦୁଗ୍ଧ ପାନ । ଶୋଇବା ପୂର୍ବରୁ ଏକ ଗ୍ଲାସ ଦୁଧ ପିଇଲେ ଖୁବ୍‌ ଭଲ ନିଦ ଆସେ। ତା’ଛଡ଼ା ଶରୀରରେ ଯେତେ ଚାପ ଥିଲେ ମଧ୍ୟ ତାହା କମିବା ସହିତ ଶରୀରର ଓଜନ ମଧ୍ୟ କମିଥାଏ।ଠିକ୍‌ ସେହିପରି ଲୋ କାଲୋରି ସୋୟା ମିଲ୍‌କ ସେବନ କରିଲେ ମଧ୍ୟ ଓଜନ ହ୍ରାସ ପାଇଥାଏ।ଏଥିରେ ଆଦୌ କ୍ୟାଲୋରି ନଥାଏ।
ରାତିରେ ଶୟନ ପୂର୍ବରୁ ଅଙ୍ଗୁର ଜୁସ୍‌ ପିଇଲେ ମଧ୍ୟ ଭଲ ନିଦ ଆସେ ଓ ଫ୍ୟାଟ୍‌ନେସ୍‌ କମିଥାଏ ।

photo-youtube

ହଁ,ଶୋଇବା ପୂର୍ବରୁ ଏକ ଗ୍ଲାସ୍‌ ମୌସୁମୀର ଜୁସ୍‌ ପିଇଲେ ମଧ୍ୟ ଭଲ ନିଦ ହୋଇଥାଏ। ଏହା ଶରୀରର ଓଜନ କମ୍‌ କରିବାରେ ସହାୟକ ହୋଇଥାଏ।ଏଥିରେ ଭିଟାମିନ୍‌ ସି ଓ ପୋଟାସିଅମ୍‌ ପ୍ରଚୁର ମାତ୍ରାରେ ଥିବା ହେତୁ ଏହା ତ୍ୱଚା ପାଇଁ ମଧ୍ୟ ଲାଭପ୍ରଦ ବୋଲି କୁହାଯାଏ। ଖାଲି ସେତିକି ନୁହେଁ ମୌସୁମୀ ଜୁସ୍‌ ପିଇଲେ ରକ୍ତ ସଞ୍ଚାଳନ ମଧ୍ୟ ନିୟନ୍ତ୍ରିତ ହୋଇଥାଏ। ଏହାକୁ ନିୟମିତ ସେବନକଲେ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ। ତେବେ ରାତିରେ କ୍ଷୀର ସହିତ ବା ସେହିଭଳି ଜିନିଷ ସହିତ ମୌସୁମୀ ଜୁସ୍‌ ପିଇବା ଅନୁଚିତ।

କେମୋ ମାଇଲ୍‌ ଟି ସେବନ କରିଲେ ମଧ୍ୟ ଓଜନ କମିଥାଏ।ଏହି ଚାହା ପିଇଲେ ଗ୍ଲିସେରିନ୍‌ର ସ୍ତରରେ ବୃଦ୍ଧି ପାଇଥାଏ।ଖାଲି ସେତିକି ନୁହେଁ ଏହା ଶରୀରର ଯନ୍ତ୍ରଣା ଦୂର କରିବା ସହିତ ମସ୍ତିଷ୍କକୁ ଶାନ୍ତ ରଖେ।

ସମ୍ବନ୍ଧିତ ଖବର