ଆପଣଙ୍କ ଶରୀରରେ ଥିବା ରକ୍ତ ପରିଷ୍କାର ଅଛି ତ? ରକ୍ତ ଅପରିଷ୍କାର ପାଇଁ ହେଉଥିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଖାଆନ୍ତୁ ଏ ସବୁ ଜିନିଷ

ଶରୀର ମଧ୍ୟରେ ସବୁ ଜରୁରୀ ଜିନିଷ ରକ୍ତ ମାଧ୍ୟମରେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାଏ । ଶରୀରର ଅଙ୍ଗକୁ ଅମ୍ଲଜାନ ପହଞ୍ଚାଇବାଠାରୁ ଆରମ୍ଭ କରି ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବାରେ ରକ୍ତର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରକ୍ତ ଶରୀରର ପିଏଚ୍‌ ସ୍ତର ଏବଂ ଜଳସ୍ତର ମଧ୍ୟ ସଞ୍ଚାଳିତ କରିଥାଏ । ବେଳେ ବେଳେ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ରକ୍ତରେ ଅପମିଶ୍ରଣ ହୋଇ ରକ୍ତ ଅପରିଷ୍କାର ହୋଇ ଯାଇଥାଏ । ରକ୍ତ ଅପରିଷ୍କାର ହେଲେ ବ୍ରଣ ହେବା, ଓଜନ କମ ହେବା ଏବଂ ଖୁବ୍‌ ଶୀଘ୍ର ଥକାପଣ ଆସିବା ଭଳି ସମସ୍ୟା ଦେଖାଯାଇଥାଏ । ଏ ସମସ୍ୟାର ସମାଧାନ ପାଇଁ ରକ୍ତ ପରିଷ୍କାର ରହିବା ଅତ୍ୟନ୍ତ ଜରୁରୀ । କିଡ୍‍ନି ଏବଂ ଯକୃତରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରି ଆପଣମାନେ ନିଜ ରକ୍ତକୁ ପରିଷ୍କାର ରଖି ପାରିବେ । ଆସନ୍ତୁ ଜାଣିବା ସେ ବିଷୟରେ….

୧.କିଡ଼୍‍ନିକୁ ଠିକ୍‌ ରଖିବା ପାଇଁ ହେଲେ ଆପଣଙ୍କୁ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ନିହାତି ଆବଶ୍ୟକ । କିଡ଼୍‍ନି ପାଣିର ସହାୟତା ଶରୀରର ବିଷାକ୍ତ ଜିନିଷକୁ ବାହାରକୁ ବାହାରି ଯାଇଥାଏ । ପର୍ଯ୍ୟାପ୍ତ ପାଣି ପିଇବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍‌ ହୋଇଥାଏ ।
୨.ଜାମୁକୋଳି ଖାଇବା ଦ୍ୱାରା ଯକୃତ ସୁସ୍ଥ ରହିବା ସହ ରକ୍ତ ଅପରିଷ୍କାର ହୋଇ ନ ଥାଏ ।

sogoodseeds.com

୩.କଫି ପିଇବା ଦ୍ୱାରା ମଧ୍ୟ ଯକୃତରୁ ସବୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ । ଯାହାଦ୍ୱାରା ରକ୍ତ ଅପଷ୍କାର ନ ହେବା ବ୍ରଣ ବା ଥକାପଣ ହେବା ଭଳି ସମସ୍ୟା ଦେଖାଯାଇ ନଥାଏ ।
୪.ସେଓରେ ପେକ୍ଟିନ୍‌ ନାମକ ଫାଇବର ରହିଥାଏ । ଯାହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ସହ ରକ୍ତକୁ ସ୍ୱଚ୍ଛ କରିଥାଏ ।

ସମ୍ବନ୍ଧିତ ଖବର