ଶୋଇବା ସମୟରେ ପାଟିରୁ ଲାଳ ଗଡ଼ୁଛିି ? ଆପଣନ୍ତୁ ଏହି ଘରୋଇ ଉପଚାର

ନୂଆଦିଲ୍ଲୀ : ସାଧାରଣତଃ ଶୋଇବା ସମୟରେ ଚେତା ଥିବା ସମୟ ଅପେକ୍ଷା ଅଧିକ ମାତ୍ରା ଲାଳ ବାହାରିଥାଏ । କାରଣ ଏହି ସମୟରେ ହଜମ ପ୍ରକ୍ରିୟା ସକ୍ରିୟ ହୋଇଥାଏ ଏଣୁ ଅଧିକ ପରିମାଣର ମଧ୍ୟ ଲାଳ ସୃଷ୍ଟି ହୋଇଥାଏ । ଲାଳ ବୋହିବାର ଅନେକ କାରଣ ରହିଥିବା ବେଳେ ମୁଖ୍ୟ କାରଣ ହେଉଛି ଖାଦ୍ୟ ସଠିକ ଭାବେ ହଜମ ନ ହେବା । ତେବେ ଏହାକୁ କିଛି ଘରୋଇ ଉପଚାର ଦ୍ୱାରା ଦୂର କରାଯାଇ ପାରିବ । ଯହି ଆପଣଙ୍କର ମଧ୍ୟ ଶୋଇବା ସମୟରେ ପାଟିରୁ ଲାଳ ବାହାରୁଥାଏ ତେବେ ଆସନ୍ତୁ ଜାଣିବା ଏହାକୁ ଦୂର କରିବାର ଉପାୟ ।

Organic India

ପାଟିରୁ ଲାଳ ବାହାରୁଥିଲେ ଦୈନିକ ୩ ଥର ତୁଳସୀ ପତ୍ର କଞ୍ଚା ଚୋବାଇବା ଉଚିତ । ଏହା ଦ୍ୱାରା ପାଚନ ପ୍ରକ୍ରିୟା ସଠିକ ହେବା ସହ ପେଟ ସଫା ରହିଥାଏ । ଯାହାଫଳରେ ରାତିରେ ଶୋଇବା ସମୟରେ ପାଟିରୁ ଲାଳ ବାହାରି ନ ଥାଏ ।

Trendy Damsels

ରାତିରେ ଶୋଇବା ସମୟରେ ପାଟିରୁ ଲାଳ ବାହାରିବା ଦ୍ୱାରା ଆପଣଙ୍କୁ ଅନେକ ସ୍ଥାନରେ ଲୋକହସାର ପାତ୍ର ହେବାକୁ ପଡ଼ିଥାଏ । ଏଣୁ ଶୋଇବା ପୂର୍ବରୁ ପ୍ରତିଦିନ ଫିଟିକିରି ମିଶା ପାଣି କୁଳୁକୁଳୁ କରନ୍ତୁ । ଏହା ଦ୍ୱାରା ଲାଳ ବାହାରିବା କମ ହୋଇଥାଏ ।

Madresprimero.com

ଲାଳ ବାହାରୁଥିବା ବ୍ୟକ୍ତିଙ୍କ ପାଇଁ ଡ଼ାଲଚିନି ଯୁକ୍ତ ଚା’ ବହୁତ ଉପକାରୀ । ପାଣିରେ କିଛି ମାତ୍ରାର ଡ଼ାଲଚିନି ପକାଇ ଫୁଟାଇବା ସହ ସେଥିରେ କିଛି ମାତ୍ରାର ମହୁ ମିଶାଇ ପିଅନ୍ତୁ । ଏହା ଦ୍ୱାରା ଲାଳ ବାହାରିବା ସଂପୂର୍ଣ୍ଣ ଭାବେ କମ ହୋଇଥାଏ ।

Styles At Life

ଟିକେ ଉଷୁମ ପାଣିରେ ଅଁଳା ଗୁଣ୍ଡ ମିଶାଇ ପିଇବା ଦ୍ୱାରା ପେଟ ସଫା ରହିଥାଏ । ଏହା ପାଚନ ପକ୍ରିୟାକୁ ସକ୍ରିୟ କରାଇଥାଏ । ଏହା ଦ୍ୱାରା ଶୋଇବା ସମୟରେ ପାଟିରୁ ଲାଳ ବାହାରିବା କମ ହୋଇଥାଏ ।

ସମ୍ବନ୍ଧିତ ଖବର