ଜୀବନରେ କେବେ ବି ଏମାନଙ୍କୁ ଅଣଦେଖା କରନ୍ତୁ ନାହିଁ ! ନ ହେଲେ ରୋଷର ଶିକାର ହୋଇପାରନ୍ତି !

ସାଧାରଣତଃ କେବେ କେବେ ଆମେ ଆମ ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚିବା କାରଣକୁ ନେଇ ହେଉ କିମ୍ବା ନିଜର ଗର୍ବ ଓ ଅହଂଭାବକୁ ନେଇ ଏମିତି କିଛି ଭୁଲ୍‌ କରି ବସୁ, ଯେଉଁଥିପାଇଁ କି ପରେ ଆମକୁ ପଶ୍ଚାତାପ କରିବାକୁ ବି ସମୟ ମିଳି ନ ଥାଏ। ଅପରପକ୍ଷରେ ଆମର ଏହି କାର୍ଯ୍ୟ ଲାଗି ଯାହାକି ଆମକୁ ଭଗବାନ ମଧ୍ୟ ଆମକୁ କ୍ଷମା ଦିଅନ୍ତି ନାହିଁ ବରଂ ସେ ଆମ ପ୍ରତି ରୋଷ କରିଥା’ନ୍ତି। ତେଣୁ ଆଜି ଆମେ ଆପଣଙ୍କୁ ଆପଣଙ୍କ ଜୀବନରେ ସେହିମାନଙ୍କ ଉପରେ କେବେ ବି ଅଣଦେଖା କରିବା ଉଚିତ୍‌ ନୁହେଁ ବୋଲି ଜଣାଇବୁ, ଯାହାକି ଆପଣଙ୍କୁ ଭଗବାନଙ୍କ ରୋଷର ଶିକାର ବନାଇଥାଏ।
ଆସନ୍ତୁ ଜାଣିବା ଏହି ବିଷୟରେ……
୧-ସାଧାରଣତଃ ବ୍ୟକ୍ତିକୁ ନିଜର  ପିତା -ମାତାଙ୍କୁ ଅଣଦେଖା କରିବା ଉଚିତ ନୁହେଁ। କାରଣ ଏହା ଯୋଗୁଁ ସେ ଭଗବାନଙ୍କର ରୋଷର ଶିକାର ବନିଥାଏ।
୨-ଏହାସହିତ ଆପଣ କେବେବି ଖାଦ୍ୟପେୟରେ ଅଣଦେଖା କରନ୍ତୁ ନାହିଁ।କାରଣ ଖାଦ୍ୟପେୟରେ ଅଣଦେଖା ଯୋଗୁଁ ବ୍ୟକ୍ତିକୁ ଅସମୟରେ ରୋଗ ମାଡ଼ି ବସେ।
୩-ତେବେ ଅନ୍ଧକୁ ବାଟ କଢ଼େଇବାରେ ଅଣଦେଖା କରିବା ବି ମହାପାପ ବୋଲି ବିବେଚନା କରାଯାଇଥାଏ।
୪-ଏଥିସହିତ କାହା ଖୁସିକୁ ଅଣଦେଖା କରିବା ବି ସ୍ୱୟଂ ଭଗବାନକୁ ଭଲ ଲାଗେ ନାହିଁ।
୫-ଏତଦ୍‌ବ୍ୟତୀତ ଦିବ୍ୟାଙ୍ଗଙ୍କୁ ଅଣଦେଖା କରିବା ମଧ୍ୟ ଭଗବାନଙ୍କ ପ୍ରତି ଅପମାନ କରିବା ସହିତ ସମାନ ହୋଇଥାଏ।
୬-ଏହାସହିତ ଯଦି କୌଣସି ବ୍ୟକ୍ତି ବିପଦରେ ପଡ଼ିଥାଏ ଓ ଆପଣଙ୍କର ସାହାଯ୍ୟ ଭିକ୍ଷା କରୁଥାଏ, ହେଲେ ଆପଣ ଏହାକୁ ଦେଖିବି ତାହାକୁ ସାହାଯ୍ୟ କରିବା ପରିବର୍ତ୍ତେ ଅଣଦେଖା କରନ୍ତି ତାହାଲେ ଭଗବାନ ଆପଣଙ୍କୁ କେବେ ବି କ୍ଷମା କରନ୍ତି ନାହିଁ।
୭-ଏହାବ୍ୟତୀତ ନିଜ ପିଲାର ଭୁଲ୍‌କୁ ଅଣଦେଖା କରି ଅନ୍ୟ ପିଲା ଉପରେ ଦୋଷ ଲଦୁଥିବା ବ୍ୟକ୍ତିକୁ ବି କ୍ଷମା କରନ୍ତିନି ଇଶ୍ୱର।
୮-ଏଥିସହିତ ଯେଉଁ ବ୍ୟକ୍ତି ଆପଣଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାରେ ମୁଖ୍ୟ ସ୍ରୋତ ସାଜିଛନ୍ତି,ତାଙ୍କୁ ମଧ୍ୟ ଆପଣ ଅଣଦେଖା କରନ୍ତୁ ନାହିଁ। କାରଣ ଏପରି କରିବା ଦ୍ୱାରା ଭଗବାନଙ୍କର ଆପଣଙ୍କ ଉପରେ କୋପ ଦୃଷ୍ଟି ପଡ଼ିଥାଏ।


୯-ଏହାସହିତ ପାଠ ପଢ଼ାରେ ଅଣଦେଖା କରିବା ବି ମୁର୍ଖାମିର ପରିଚୟ ଅଟେ।
୧୦-ସର୍ବଶେଷରେ ଯେଉଁ ବ୍ୟକ୍ତି ସମସ୍ତଙ୍କ ଖୁସିକୁ ଅଣଦେଖା କରି କେବଳ ନିଜ ବିଷୟରେ ଭାବେ ତାକୁ ମଧ୍ୟ ଭଗବାନ ଭଲପାଅନ୍ତିନାହିଁ।

ସମ୍ବନ୍ଧିତ ଖବର